ଜିଲ୍ଲାଧିକାରୀଙ୍କୁ ମୋଦୀଙ୍କ ମନ୍ତ୍ର, ‘ଜନତା ଏବଂ ପ୍ରଶାସନ ମଧ୍ୟରେ ସିଧା, ଭାବନାତ୍ମକ ସମ୍ପର୍କ ଜରୁରୀ’

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ,୨୨/୦୧ : ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲାରେ ଜାରି ରହିଥିବା ସରକାରୀ ଯୋଜନାର ସ୍ଥିତି ବାବାଦରେ ଜିଲ୍ଲାପାଳଙ୍କ ଠାରୁ ପଚାରି ବୁଝିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନର ଟିମ ୱାର୍କ ଆକାଂକ୍ଷୀ ଜିଲ୍ଲା ଗୁଡିକରେ ଭଲ ପରିମାଣ ଆଣିଛି । ଦେଶର ବିକାଶରେ ଥିବା ପ୍ରତିବନ୍ଧକ ଦୂର କରିଥିବାରୁ ଆକାଂକ୍ଷା ଜିଲ୍ଲା ଗୁଡିକକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶାଂସ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଯେତେବେଳେ ଅନ୍ୟର ଆକାଂକ୍ଷା, ନିଜର ଆକାଂକ୍ଷା ହୋଇଯାଏ । ଯେତେବେଳେ ଅନ୍ୟର ସ୍ୱପ୍ନ ପୂରଣ କରିବା ନିଜ ସଫଳତାର ମାନଦଣ୍ଡ ହୁଏ, ସେହି ରାସ୍ତା ଇତିହାସ ରଚିଥାଏ । ଆଜି ଆମେ ଦେଶର ଆକାଂକ୍ଷା ଜିଲ୍ଲା ଗୁଡିକ ଇତିହାସ ହେଉଥିବା ଦେଖିଛୁ । ଆଜି ଆକାଂକ୍ଷା ଜିଲ୍ଲା ଗୁଡିକ ଦେଶର ବିକାଶରେ ଥିବା ବାଧାକୁ ଶେଷ କରିଛନ୍ତି’ ।

ସୁଶାସନରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ସରକାର ଯୋଜନା ଗୁଡିକୁ ଭଲ ଭାବରେ ଲାଗୁ କରିବାରେ ସାହାଯ୍ୟ କରୁଛି। ଏହାସହ ଅଧିକାରୀଙ୍କୁ ନିଜ ନିଜ ଜିଲ୍ଲାରେ ନରୀକ୍ଷଣ ପାଇଁ ବସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଚାକିରିର ପ୍ରଥମ ଦିନରେ ଯେଉଁ ଉତ୍ସାହର ସହ କାମ କରିଥିଲେ, ସେହି ଉତ୍ସାହରେ ସହ ଦେଶ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.