Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଦେଶର ପ୍ରଥମ ସି-ପ୍ଲେନ୍‌କୁ ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦି

31/10/2020 at 3:29 PM

ଅହମଦାବାଦ ୩୧/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଲୌହ ପୁରୁଷ ସରଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶର ପ୍ରଥମ ସି-ପ୍ଲେନ ଉଦଘାଟନ କରିଛନ୍ତି। ଏହି ସି-ପ୍ଲେନ୍ କେବଡିଆରୁ ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ଚାଲିବ। ଏହି ବିମାନରେ ୧୯ ଜଣଙ୍କ ବସିବା ବ୍ୟବସ୍ଥା ରହିଛି। ଏହି ପ୍ଲେନ୍ ଜରିଆରେ ୨୦୦ କିମି ଦୂର ସ୍ଥାନକୁ ୪୦ ମିନିଟରେ ପହଞ୍ଚି ହେବ। ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହି ଖାସ ଅବସରରେ ସି-ପ୍ଲେନ୍ ଜରିଆରେ କେବଡିଆରୁ ଅହମଦାବାଦ ଯାତ୍ରା କରିଛନ୍ତି। ବିମାନରେ ବସିବା ପୂର୍ବରୁ ମୋଦି ଜଳ ବିମାନବନ୍ଦରରେ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। 

ସି-ପ୍ଲେନ ସେବା ପ୍ରତିଦିନ ଯାତ୍ରୀଙ୍କ ପାଇଁ ଅହମଦାବାଦରୁ କେବଡିଆ ଓ କେବଡିଆରୁ ଅହମଦାବାଦ ଯିବା ଆସିବା କରିବ। ମୋଦି ଏହା ପୂର୍ବରୁ କେବଡିଆରେ ଏକତା କୄଜ୍ ମଧ୍ୟ ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି କୄଜ ଜରିଆରେ ଷ୍ଟାଚ୍ୟୁ ଅଫ ୟୂନିଟି ଯାଏଁ ଯାତ୍ରା କରିଥିଲେ। ଏହା ପୂର୍ବରୁ ମୋଦି ୨୦୧୭ ମସିହାରେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ସି-ପ୍ଲେନରେ ଯାତ୍ରା କରିଥିଲେ। ସେତେବେଳେ ମୋଦି ସାବରମତୀ ନଦୀରୁ ମେହସାଣା ଜିଲ୍ଲାର ଧରୋଇ ବନ୍ଧ ଯାଏଁ ସି-ପ୍ଲେନରେ ଯାତ୍ରା କରିଥିଲେ।

କେବଡିଆରୁ ସାବରମତୀ ରିଭରଫ୍ରଣ୍ଟ ସି-ପ୍ଲେନ୍ ସେବାକୁ ମୋଦି ଆଜି ସବୁଜ ପତାକା ଦେଖାଇଛନ୍ତି। କିନ୍ତୁ ଏହି ପ୍ରୋଜେକ୍ଟ ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା। ଏହାକୁ ବର୍ତ୍ତମାନ ଷ୍ଟାଚ୍ୟୁ ଅଫ୍ ୟୂନିଟ୍ ସହ ଯୋଡାଯାଇଛି। ଯାହାଫଳରେ ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ।

ଦେଶର ପ୍ରଥମ ଗୃହ ମନ୍ତ୍ରୀ ସରଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ତମ ଜନ୍ମ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୂନିଟିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୋଦି ସମ୍ବୋଧନ କରି କହିଥିଲେ ଯେ ଦେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ଆଡକୁ ଗତି କରୁଛି।

   Related Posts