Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଦିଲ୍ଲୀରେ ଗଡିଲା ପ୍ରଥମ ଚାଳକ ବିହୀନ ମେଟ୍ରୋ, ଶୁଭାରମ୍ଭରେ ପ୍ରଧାନମନ୍ତ୍ରୀ ଦେଲେ ଭରସା, ୨୦୨୫ ସୁଦ୍ଧା ଦେଶର ୨୫ଟି ସହରରେ ମିଳିବ ଏହି ସେବା

28/12/2020 at 12:44 PM

ନୂଆଦିଲ୍ଲୀ,୨୮/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନରେ ଜନକପୁରୀ ଓ୍ୱେଷ୍ଟ୍ ବଟାନିକାଲ ଗାର୍ଡେନ୍ ଯାଏଁ ୩୭ କିମି ଯାତ୍ରା ପୂରଣ କରିବ ।

ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ସବୁଜ ପତାକା ଦେଖାଇବା ପରେ ଟ୍ରେନ୍ ଚଳାଚଳ କରିଥିଲା । ଏହାସହ ସେ ଏୟାରପୋର୍ଟ ଏକ୍ସପ୍ରେସ୍ ଲାଇନରେ ନ୍ୟାଶନାଲ କମନ ମୋବିଲିଟି କାର୍ଡ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୋଦୀ କହିଛନ୍ତି ଯେ, ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ନିଜକୁ ଓ ଦେଶକୁ ପ୍ରସ୍ତୁତ କରିବା ଜରୁରୀ ଅଟେ । କିଛି ଦଶକ ପୂର୍ବରୁ ସହରୀକରଣ ଉପରେ ଗୁରୁତ୍ୱ ଦିଆଯାଉ ନଥିଲା । ଅଧା ଅଧୁରା ମନରେ କାମ ହେଉଥିଲା । ଫଳରେ ଦ୍ୱନ୍ଦ୍ୱ ଲାଗି ରହୁଥିଲା ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୧୪ରେ କେବଳ ୫ଟି ସହରରେ ମେଟ୍ରୋ ଟ୍ରେନ୍ ଥିଲା । ଏବେ ୧୮ଟି ସହରରେ ଏହି ରେଳ ସେବା ଜାରି ରହିଛି । ୨୦୨୫ସୁଦ୍ଧା ଏହାକୁ ୨୫କୁ ବୃଦ୍ଧି କରାଯିବ । ଦିଲ୍ଲୀରେ ମେଟ୍ରୋ ଟ୍ରେନର ଚର୍ଚ୍ଚା ବହୁ ଦିନ ଧରି ଚାଲିଥିଲେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହାକୁ ଆରମ୍ଭ କରାଯାଇଥିଲା ।

ଏତତ୍ ବ୍ୟତୀତ ସରକାର ଏବେ ଓ୍ୱାଟର୍ ମେଟ୍ରୋ ବାବଦରେ ଚିନ୍ତା କରୁଛନ୍ତି । ମେଟ୍ରୋ ଦ୍ୱାରା ପ୍ରଦୂଷଣ କମିବ । ଏହା ଦ୍ୱାରା ଦେଶରେ ଆତ୍ମନିର୍ଭରଶୀଳତା ବଢିଛି । ମେଟ୍ରୋ ଟ୍ରେନର କୋଚ୍ ଭାରତରେ ତିଆରି ହେବା ଦ୍ୱାରା ଏହାର ଦାମ୍ ମଧ୍ୟ ୧୨ କୋଟି ବଦଳରେ ୮ କୋଟି ହୋଇଛି । ୧୨ରୁ ଅଧିକ କମ୍ପାନୀ ମେଟ୍ରୋ କମ୍ପୋନେଣ୍ଟ ନିର୍ମାଣରେ ଲାଗିଛନ୍ତି । ଆହୁରି ମଧ୍ୟ ମେଟ୍ରୋ ଯୋଗୁଁ ଟ୍ରେନରେ ହେଉଥିବା ଅଧିକ ଗହଳିରୁ ମୁକ୍ତି ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

   Related Posts