ସଂସଦ ଭବନ ପରିସରରେ ଉଜ୍ଜ୍ୱଳ ଆଲୋକ ସଜ୍ଜା

Published By : Prameya-News7 Bureau | August 14, 2019 IST

ନୂଆଦିଲ୍ଲୀ ୧୪|୮: ସାରା ଦେଶ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସଂସଦ ଭବନ ପରିସରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାର ଉଦଘାଟନ କରିଛନ୍ତି । ଉଜ୍ଜ୍ୱଳ ଆଲୋକ ସଜ୍ଜାର କିଛି ଭାଗ ଦେଖିବା ଲାଗି ପ୍ରଧାନମନ୍ତ୍ରୀ ସେଠାରେ ଅଳ୍ପ ସମୟ ଅତିବାହିତ କରିଥିଲେ । ନର୍ଥ ବ୍ଲକ୍ ଏବଂ ରାଷ୍ଟ୍ରପତି ଭବନ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ସରକାରୀ ଅଟ୍ଟାଳିକାରେ ଏପରି ଆଲୋକ ସଜ୍ଜା କରାଯାଇଛି । ଆଲୋକ ସଜ୍ଜା ଲୋକମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଛି । ନୂଆଦିଲ୍ଲୀର କେନ୍ଦ୍ରସ୍ଥଳୀରେ ଥିବା ଏହି ସରକାରୀ କୋଠାକୁ ଆସିବା ଲାଗି ସେମାନଙ୍କୁ ଉତ୍ସାହିତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.