ଗୁଜରାଟରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | September 30, 2018 IST

ରାଜକୋଟ ୩୦|୯: ଆଜି ଗୁଜରାଟ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆନନ୍ଦଠାରେ ଖାଦ୍ୟ ପ୍ରକ୍ରିୟାକରଣ ସୁବିଧା ସମେତ ଅମୂଲର ଆଧୁନିକ ଚକଲେଟ ପ୍ଲାଣ୍ଟକୁ ଉଦଘାଟନ କରିବେ । ଆନନ୍ଦ କୃଷି ବିଶ୍ବବିଦ୍ୟାଳୟର ଖାଦ୍ୟ ପ୍ରକ୍ରିୟାକରଣରେ ଅଙ୍କୁରଣ ତଥା ଉତ୍କର୍ଷ କେନ୍ଦ୍ର ଏବଂ ମୁଝାକୁୱା ଗାଁରେ ଏକ ସୌର ସମବାୟ ସମିତିର ମଧ୍ୟ ଉଦଘାଟନ କରିବେ ମେ।ଦି । ପ୍ରଧାନମନ୍ତ୍ରୀ ଆନନ୍ଦ ଏବଂ ଖତରାଜରେ ଅମୂଲ ଉତ୍ପାଦନ ସୁବିଧା କେନ୍ଦ୍ରର ସମ୍ପ୍ରସାରଣ ଲାଗି ଶିଳାନ୍ୟାସ କରିବେ । ଏହାପରେ ଏକ ଜନସଭାରେ ଉଦବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଅଞ୍ଜାର ଗସ୍ତ କରିବେ । ସେ ସେଠାରେ ମୁନ୍ଦ୍ରା ଏଲଏନଜି ଟର୍ମିନାଲ, ଅଞ୍ଜାର-ମୁନ୍ଦ୍ରା ପାଇପଲାଇନ ପ୍ରକଳ୍ପ ଏବଂ ପାଲନପୁର-ପାଲି-ବାଡ଼ମେର ପାଇପଲାଇନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ । ସେ ଏଠାରେ ଉପସ୍ଥିତ ଜନସଭାରେ ଉଦବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ରାଜକୋଟ ଯିବେ । ସେଠାରେ ମହାତ୍ମା ଗାନ୍ଧି ସଂଗ୍ରହାଳୟର ଉଦଘାଟନ କରିବେ । ଏହା ସହ ୬୨୪ ଆବାସ ବିଶିଷ୍ଟ ଏକ ସର୍ବସାଧାରଣ ବାସଭବନ ପ୍ରକଳ୍ପକୁ ଫଳକ ଉନ୍ମୋଚନ ପୂର୍ବକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.