ବଢ଼ିଲା ଭାରତର ଶକ୍ତି : ଭାରତୀୟ ସେନାକୁ K-9 ବଜ୍ର ଟ୍ୟାଙ୍କ ଉପହାର ଦେଲେ ମୋଦି

Published By : Prameya-News7 Bureau | January 19, 2019 IST

ଦିଲ୍ଲୀ ୧୯/୧ : ଭାରତୀୟ ସେନାଙ୍କ ଶକ୍ତିରେ ଆହୁରି ବୃଦ୍ଧି ହୋଇଛି | ଭାରତୀୟ ସେନାରେ ଆଜି ଆଉ ଏକ ଯୁଦ୍ଧ ଟ୍ୟାଙ୍କ ସାମିଲ ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରଟରେ ତିଆରି ହୋଇଥିବା କେ-୯ ବ୍ରଜ ଟ୍ୟାଙ୍କ ସେନାକୁ ଉପହାର ଦେଇଛନ୍ତି | ମହତ୍ୱାକାଂକ୍ଷୀ ଯୋଜନା ମେକ ଇନ ଇଣ୍ଡିଆର ସୁରଟ ଏଲ ଆଣ୍ଡ ଟି ପ୍ଲାଣ୍ଟରେ ତିଆରି କରାଯାଇଛି | ନିକଟରେ ଏହି ଟ୍ୟାଙ୍କକୁ ଟିଉନିଂ ଟେଷ୍ଟ ପାଇଁ ଭାରତୀୟ ସେନାକୁ ପଠାଯାଇଥିଲା | ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏହି ଟ୍ୟାଙ୍କକୁ ଯୁଦ୍ଧ ଟ୍ୟାଙ୍କରେ ସାମିଲ କରାଯାଇଛି |

{"id":75752}

ସୂଚନାଯୋଗ୍ୟ ଯେ, ହଜିରା ସ୍ଥିତ ଏଲ ଆଣ୍ଡ ଟି କମ୍ପାନୀ ଏକ ଘରୋଇ କମ୍ପାନୀ | କିନ୍ତୁ ମେକ ଇନ ଇଣ୍ଡିଆ ୨୦୧୮ ସମୟରେ ଟ୍ୟାଙ୍କ ତିଆରି ପାଇଁ ଏହି କମ୍ପାନୀକୁ ଅର୍ଡର ଦିଆଯାଇଥିଲା | ଅର୍ଡର ଅନୁସାରେ କମ୍ପାନୀକୁ ଏହିଭଳି ଆହୁରି ୧୦୦ଟି ଟ୍ୟାଙ୍କ ତିଆରି କରିବାକୁ ହେବ |

{"id":75753}

ଜାଣିବା ଏହି କେ-୯ ଟ୍ୟାଙ୍କରେ କଣ ରହିଛି ବିଶେଷତ୍ୱ :

ଏହା ଦୁନିଆର ସବୁଠାରୁ ଆଧୁନିକ ତୋପ | ଏହି ତୋପ ଚୀନ ଏବଂ ପାକିସ୍ତାନ ଭଳି ଦେଶମାନଙ୍କ ଆକ୍ରମଣ  ବେଳେ ବେଶ ଉପଯୋଗୀ ସାବ୍ୟସ୍ତ ହେବ | ଏହି ତୋପ ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଛି | ଏହାକୁ ଟ୍ୟାଙ୍କ ସେଲ୍ଫ ପ୍ରପେଲଡ଼ ହୋବରକ୍ରାଫ୍ଟ ଗନ ମଧ୍ୟ କୁହାଯାଏ | ଏହି ତୋପରେ ଏମିତି କିଛି ବିଶେଷତ୍ୱ ରହିଛି ଯାହାଫଳରେ ଏହା ବୋଫୋର୍ସ ଟ୍ୟାଙ୍କକୁ ମଧ୍ୟ ପଛରେ ପକାଇଦେବ | ବୋଫୋର୍ସ ଟ୍ୟାଙ୍କ ଆକ୍ସନରେ ଆସିବା ପୂର୍ବରୁ ପଛକୁ ଘୁଂଚିଥାଏ | କିନ୍ତୁ କେ-୯ ବଜ୍ର ଟ୍ୟାଙ୍କରେ ଅଟୋମେଟିକ ବ୍ୟବସ୍ଥା ରହିଛି | 

{"id":75754}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.