Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଭାରତର ପ୍ରଥମ ଖେଳନା ମେଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି: ସ୍ବଦେଶୀ ଖେଳନାକୁ ପ୍ରୋତ୍ସାହିତ କରିବା ମେଳାର ଉଦ୍ଦେଶ୍ୟ

27/02/2021 at 12:38 PM

ନୂଆଦିଲ୍ଲୀ ୨୭/୦୨ : ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନସିଂ ଜରିଆରେ ଭାରତ ଖେଳନା ମେଳା ୨୦୨୧ ଉଦଘାଟନ କରିଛନ୍ତି। ସ୍ବଦେଶୀ ଖେଳନାକୁ ପ୍ରାତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି ମେଳା ୪ ଦିନ ଯାଏଁ ଚାଲିବ। ମୋଦି କହିଛନ୍ତି ଏହି ପ୍ରଥମ ଖେଳନା ମେଳା କେବଳ ବ୍ୟବସାୟିକ ଏବଂ ଆର୍ଥିକ କାର୍ଯ୍ୟକ୍ରମ ନୁହେଁ ବରଂ ଦେଶର ପୁରାତନ ଖେଳ ଓ ସଂସ୍କୃତିକୁ ମଜବୁତ କରିବା ଏହାର ଉଦ୍ଦେଶ୍ୟ।

ମୋଦି କହିଛନ୍ତି,”ଆପଣମାନଙ୍କ ସହ କଥା ହୋଇ ଜଣାପଡ଼ିଛ ଇଯଏ ଆମ ଦେଶର ଖେଳନା ଉଦ୍ୟୋଗରେ କେତେ ବଡ ଶକ୍ତି ଲୁଚି ରହିଛି। ଏହି ଶକ୍ତିକୁ ବଢାଇବା, ଏହାର ପରିଚୟ ବଢାଇବା, ଆତ୍ମନିର୍ଭର ଭାରତ ଅଭିଯାନର ବହୁତ ବଡ ଅଂଶ। ଯେଉଁ ଶତରଞ୍ଜ ଦୁନିଆରେ ଆଜି ଏତେ ଲୋକପ୍ରିୟ ତାହା ଆଗରୁ ଚତୁରଙ୍ଗ ବା ଚାଦୁରଙ୍ଗ ଭାବେ ଭାରତରେ ଖେଳ ଯାଉଥିଲା। ଏବେ ଯାହାକୁ ଆପଣମାନେ ଲୁଡୁ କହୁଛନ୍ତି ତାହା ଆଗରୁ ପଚ୍ଚିସି ଥିଲା। ଆମ ଧର୍ମ ଗ୍ରନ୍ଥରେ ବି ବାଲ୍ୟ ରାମଙ୍କ ପାଇଁ ଅନେକ ଖେଳନାର ବର୍ଣନା ରହିଛି। ଅଧିକାଂଶ ଭାରତୀୟ ଖେଳନା ପ୍ରାକୃତିକ ଓ ଇକୋ ଫ୍ରେଣ୍ଡଲି ସାମଗ୍ରୀରେ ତିଆରି ହୁଏ, ଏଥିପାଇଁ ବ୍ୟବହୃତ ହେଉଥିବା ରଙ୍ଗ ବି ପ୍ରାକୃତିକ ଏବଂ ସୁରକ୍ଷିତ।”

ମୋଦି ନିଜର ସମ୍ବୋଧନରେ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଏକ କବିତାର ପଂକ୍ତି ଦୋହରାଇଛନ୍ତି। ସେ କହିଛନ୍ତି, “ଗୋଟିଏ ଖେଳନା ଶିଶୁଙ୍କ ଖୁସି ଅନନ୍ତ ଦୁନିଆକୁ ନେଇଯାଇଥାଏ। ଖେଳନାର ଗୋଟିଏ ଗୋଟିଏ ରଙ୍ଗ ଶିଶୁଙ୍କ ଜୀବନରେ ଅନେକ ରଙ୍ଗ ଭରି ଦେଇଥାଏ।”

୨୦୨୦ ଅଗଷ୍ଟରେ ନିଜର ମନ କି ବାଟ କାର୍ଯ୍ୟକ୍ରମରେ ମୋଦି କହିଥିଲେ, ଖେଳନା କେବଳ କ୍ରିୟାଶୀଳତା ବଢ଼ାଇ ନଥାନ୍ତି ବରଂ ମହତ୍ୱାକାଂକ୍ଷାକୁ ଉତ୍ସାହିତ କରିଥାନ୍ତି। ଶିଶୁଙ୍କ ମାନସିକ ବିକାଶରେ ଖେଳନାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଖେଳନା ମନୋବୈଜ୍ଞାନିକ ଗତିବିଧି ତଥା ଜ୍ଞାନ କୁଶଳତା ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।

ପ୍ରଧାନମନ୍ତ୍ରୀଙ୍କ ଏହି ଦୃଷ୍ଟିକୋଣ ଅନୁରୂପ ଭାରତ ଖେଳନା ମେଳା ୨୦୨୧ ଆୟୋଜନ କରାଯାଇଛି। ଖେଳନା ଉଦ୍ୟୋଗର ବିକାଶ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ।

   Related Posts