ଦେବ ଦୀପାବଳି ପାଇଁ କାଶୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି : ଉଦଘାଟନ କଲେ ୬ ଲେନ୍ ଜାତୀୟ ରାଜପଥ

Published By : Prameya-News7 Bureau | November 30, 2020 IST

ବନାରସ ୩୦/୧୧ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସଂସଦୀୟ କ୍ଷେତ୍ର ବନାରସରେ ପହଞ୍ଚିଛନ୍ତି। ବାବତପୁର ବିମାନବନ୍ଦରରେ ଉତ୍ତର ପ୍ରଦେଶ ଯୋଗୀ ଅଦିତ୍ୟନାଥ ମୋଦିଙ୍କୁ ସ୍ୱାଗତ କରିଥିଲେ। ମୋଦି ବିମାନବନ୍ଦରରୁ ସିଧା ବନାରସ ଖଜୁରୀକୁ ଯାଇଥିଲେ। ସେଠାରେ ସେ ୬ ଲେନ ବିଶିଷ୍ଟ ଜାତୀୟ ରାଜପଥ ଉଦଘାଟନ କରିଥିଲେ। ସେଠାରେ ଯୋଗୀ ଏକ ଜନସଭାକୁ ସମ୍ବୋଧିତ କରି ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।

{"id":370168,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, 'ଦେବ ଦୀପାବଳି ଓ ଗୁରୁ ନାନକଙ୍କ ପ୍ରକାଶ ଉତ୍ସବରେ କାଶୀକୁ ଆଧୁନିକ ଭିତ୍ତିଭୂମିର ଆଉ ଏକ ଉପହାର ମିଳିଛି। ଏଥିପାଇଁ କାଶୀ ସହ ପ୍ରୟାଗରାଜ ଜନତା ମଧ୍ୟ ଲାଭବାନ ହେବେ। ଜନସଭାକୁ ସମ୍ବୋଧିତ କରି ମୋଦି କହିଥିଲେ, ୭୦ କିମିରୁ ଅଧିକ ରାସ୍ତା ବର୍ତ୍ତମାନ ସୁବିଧାରେ ଯାତ୍ରା କରିହେବ। କାଶୀ-ପ୍ରୟାଗରାଜ ମଧ୍ୟରେ ଯିବାଆସିବା ସୁବିଧାଜନକ ହୋଇଯାଇଛି।

{"id":370172,"sizeSlug":"large"}

ଆଗକୁ ମୋଦି କହିଥିଲେ, 'ମୋର ମନେ ଅଛି ୨୦୧୩ ମସିହାରେ ଏହି ସମୟରେ ମୋର ପ୍ରଥମ ଜନସଭା ଏହି ମଇଦାନରେ ହୋଇଥିଲା। ସେତେବେଳେ ଏଠାରେ ୪ ଲେନ ବିଶିଷ୍ଟ ରାଜପଥ ଥିଲା। ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ ବର୍ତ୍ତମାନ ଏହା ୬ ଲେନ ବିଶିଷ୍ଟ ହୋଇଯାଇଛି। କାଉଡିଆ ଯାତ୍ରା ସମୟରେ ମଧ୍ୟ ଶ୍ରଦ୍ଧାଳୁଙ୍କୁ ସୁବିଧା ହେବ। କୁମ୍ଭ ମେଳା ସମୟରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି। ବର୍ତ୍ତମାନ ବନାରସ ଆଖପାଖ ଅଞ୍ଚଳରେ ଯେତିକି ବିକାଶଶୀଳ କାର୍ଯ୍ୟ ହେଉଛି ସ୍ୱାଧୀନତା ପରେ ଆଗରୁ କେବେ ହୋଇନଥିଲା। ଗତ କିଛି ବର୍ଷ ହେଲା କାଶୀରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ନୂଆ ରାଜପଥ ନିର୍ମାଣ, ପୋଲ-ଫ୍ଲାଏଓଭର ନିର୍ମାଣ ଆଦି ହୋଇଛି।'

{"id":370176,"sizeSlug":"large"}

ଦେବ ଦୀପାବଳି ଅବସରରେ ଗଙ୍ଗା ଘାଟରେ ପାଖାପାଖି ୧୫ ଲକ୍ଷ ଦୀପ ଲଗାଯିବ। ଦେଶର ସୁରକ୍ଷା ପାଇଁ କାଶୀ ବିଶ୍ୱନାଥ ମନ୍ଦିରରେ ୩ଟି ଦୀପ ପ୍ରଜ୍ବଳନ କରାଯିବ। କରୋନା କାଳରେ ମୋଦିଙ୍କର ଏହା ପ୍ରଥମ ବନାରସ ଗସ୍ତ। କୄଜରେ ବସି ମୋଦି ଗଙ୍ଗା ଘାଟର ଭବ୍ୟ ଦୃଶ୍ୟର ଆନନ୍ଦ ନେବେ। ମୋଦିଙ୍କ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.