ମହାଷ୍ଟମୀ ଅବସରରେ ଗିରନାର୍ ରୋପ୍-ୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ବଢିବ ପର୍ଯ୍ୟଟନ ସୁବିଧା

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଷ୍ଟମୀ ଅବସରରେ ଗୁଜରାଟର ୩ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ମୋଦି ଦିଲ୍ଲୀରୁ ଭିଡିଓ କନଫରେନସିଂ ଜରିଆରେ ଗିରନାର ରୋପ୍-ୱେ ଉଦଘାଟନ କରିଛନ୍ତି। ଏହାସହ ଚାଷୀଙ୍କ ପାଇଁ କିଷାନ ସୂର୍ଯ୍ୟଦୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଚାଷୀଙ୍କୁ ଦିନରେ ଚାଷ କାମ ପାଇଁ ବିଜୁଳି ମିଳିବ। ଏହାସହ ମୋଦି ପେଡିଆଟ୍ରିକ୍ ହାର୍ଟ ହସ୍ପିଟାଲ୍ ମଧ୍ୟ ଉଦଘାଟନ କରିଛନ୍ତି।

{"id":349919,"sizeSlug":"large"}

ଗିରନାର ରୋପ୍-ୱେ ଉଦଘାଟନ କରି ମୋଦି କହିଛନ୍ତି ଯେ ଗିରନାର୍ ପର୍ବତରେ ମା' ଦୁର୍ଗା ବିରାଜମାନ କରିଛନ୍ତି ଏବଂ ଗୋରଖନାଥ ଶିଖର ମଧ୍ୟ ଅବସ୍ଥିତ। ଏହାସହ ଗୁରୁ ଦତ୍ତାତ୍ରେୟ ଶିଖର ଓ ଜୈନ ମନ୍ଦିର ମଧ୍ୟ ରହିଛି। ପାହାଚ ଚଢି ଯିଏ ଶିଖର ଯାଏଁ ପହଞ୍ଚେ ସେ ଅଦ୍ଭୁତ ଶ୍ସନ୍ତି ଓ ଶକ୍ତି ଅନୁଭୂତ କରେ। ବର୍ତ୍ତମାନ ଏଠାରେ ବିଶ୍ୱସ୍ଥରୀୟ ରୋପ୍-ୱେ ତିଆରି ହେବାରୁ ସମସ୍ତଙ୍କୁ ଦର୍ଶନ ପାଇଁ ସୁବିଧା ଓ ସୁଯୋଗ ମିଳିବ। ମୋଦି କହିଛନ୍ତି, ଯଦି ଗିରନାର୍ ରୋପ୍-ୱେ ଆଇନଗତ ସମସ୍ୟାରେ ଫସି ନଥାନ୍ତା ତାହେଲେ ଲୋକଙ୍କୁ ଏହାର ଲାଭ ବହୁ ପୂର୍ବରୁ ମିଳିପାରିଥାନ୍ତା।

{"id":349925,"sizeSlug":"large"}

କିଷାନ ସୂର୍ଯ୍ୟଦୟ ଯୋଜନା ସମ୍ପର୍କରେ ମୋଦି କହିଛନ୍ତି, ଏହି ଯୋଜନା ଅନୁଯାୟୀ ଚାଷୀଙ୍କୁ ସକାଳ ୫ଟା ରୁ ୯ଟା ମଧ୍ୟରେ ୩ଟି ପର୍ଯ୍ୟାୟରେ ବିଜୁଳି ମିଳିବ। ଚାଷୀଙ୍କ ପାଇଁ ଏହା ନୂଆ ସକାଳ ପ୍ରମାଣିତ ହେବ। ସେ ଏଥିପାଇଁ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଯୋଜନା ଅନୁସାରେ, ଆଗାମୀ ୨-୩ ବର୍ଷରେ ପାଖାପାଖି ସାଢେ ୩ ହଜାର ସର୍କିଟ୍ କିଲୋମିଟର ନୂଆ ଟ୍ରାନ୍ସମିଶନ୍ ଲାଇନ୍ ବିଛାଇବା କାମ କରାଯିବ। ଆଗାମୀ ଦିନରେ ହଜାରେରୁ ଅଧିକ ଗାଁରେ ଏହି ଯୋଜନା ଲାଗୁ ହୋଇଯିବ। ଏଥିରୁ ଅନେକ ଗାଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଛି।

{"id":349926,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଜୁଳି ସହ ସିଞ୍ଚନ୍ ଓ ପିଇବା ପାଣି କ୍ଷେତ୍ରରେ ବହୁତ ଭଲ କାମ କରିଛି। ଏହି କାର୍ଯ୍ୟକ୍ରମରେ ଜଡିତ ସମସ୍ତେ ଜାଣିଛନ୍ତି ଯେ ଗୁଜରାଟରେ ପାଣିର ସ୍ଥିତି କଣ ଥିଲା। ଗତ ଦୁଇ ଦଶକର ପ୍ରୟାସ ପରେ ଗୁଜରାଟର ଏମିତି ଗାଁକୁ ପାଣି ପହଞ୍ଚିଛି ଯାହା ସମ୍ପର୍କରେ ଲୋକେ କେବେ ଭାବି ବି ନଥିଲେ।

{"id":349929,"sizeSlug":"large"}

ଏହି ଅବସରରେ ମୋଦି ନୂଆ କୃଷି ଆଇନର ଉପଯୋଗିତା ସମ୍ପର୍କରେ କହିଛନ୍ତି ଏବଂ ଚାଷୀଙ୍କ ଆୟ ବଢାଇବା ଏବଂ ସେମାନଙ୍କୁ ମଜବୁତ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ଚାଷୀଙ୍କୁ ଲାଭ ଅନୁସାରେ ନିଜ ଫସଲ ବିକ୍ରି କରିବା ବିକଳ୍ପ ଦେଇ ସରକାର ତାଙ୍କୁ ମଜବୁତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.