ସାଂସଦଙ୍କ ପାଇଁ ଦିଲ୍ଲୀରେ ୨୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଫ୍ଲାଟ୍: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩/୧୧ : ସାଂସଦଙ୍କ ପାଇଁ ତିଆରି ହୋଇଥିବା ବହୁ ମହଲା ବିଶିଷ୍ଟ ଫ୍ଲାଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଉଦଘାଟନ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ସେ ଏହି ଫ୍ଲାଟ୍ ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀ ଡାକ୍ତର ବିଡି ମାର୍ଗ (Dr B D Marg) ରେ ଏହି ଫ୍ଲାଟ ତିଆରି ହୋଇଛି। ଏହି ଅବସରରେ ମୋଦି ଜନପ୍ରତିନିଧିଙ୍କୁ ନୂଆ ଆବାସ ପାଇଁ ଶୁଭକାମନା ଦେଇଛନ୍ତି। ମୋଦି କହିଛନ୍ତି, 'ଏହି ସରକାରଙ୍କ ଶାସନ କାଳରେ ଅନେକ କୋଠା ନିର୍ମାଣ ହୋଇଛି ଏବଂ ଧାର୍ଯ୍ୟ ସମୟ ପୂର୍ବରୁ ସମାପ୍ତ ମଧ୍ୟ ହୋଇଛି। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଯେଉଁ ଆମ୍ବେଦକର ନ୍ୟାସନାଲ ମେମୋରିଆଲ ଉପରେ ଚର୍ଚ୍ଚା ହୋଇଥିଲା ତାର ନିର୍ମାଣ ମଧ୍ୟ ହୋଇଛି। ବର୍ଷ ବର୍ଷ ଧରି ଅଟକି ରହିଥିବା ଯୋଜନା ଆମ ସରକାର ପୁରା କରିଛି।'

{"id":366252,"sizeSlug":"large"}

ସେ କହିଛନ୍ତି, ଦଶକ ଧରି ଚାଲି ଆସୁଥିବା ସମସ୍ୟା ଗୁଡିକ ସ୍ଥଗିତ ନ ରଖି ସମାପନ କଲେ ସମସ୍ୟା ବି ଶେଷ ହୋଇଥାଏ। ଦେଶରେ ୱାର ମେମୋରିଆଲ, ପୋଲିସ ମେମୋରିଆଲ ସମେତ ଅନେକ ଯୋଜନା ରହିଛି ଯାହା ବର୍ଷ ବର୍ଷ ଧରି ଅଟକି ରହିଥିଲା। କିନ୍ତୁ ଆମ ସରକାର ଅଟକି ରହିଥିବା ଏହିସବୁ ଯୋଜନାକୁ ପୁରା କରିଛି ବୋଲି ସେ କହିଛନ୍ତି।

{"id":366253,"sizeSlug":"large"}

ନିଜ ସମ୍ବୋଧନରେ ମୋଦି କହିଛନ୍ତି, ଏହି ଫ୍ଲାଟରେ ସବୁ ସୁବିଧା ଅଛି ଯାହା ସାଂସଦମାନଙ୍କ ପାଇଁ କାମ କରିବାକୁ ସହଜ ହେବ। ଦିଲ୍ଲୀରେ ସାଂସଦଙ୍କ ପାଇଁ ଆବାସକୁ ନେଇ ଅନେକ ସମସ୍ୟା ଥିଲା। ସାଂସଦଙ୍କୁ ହୋଟେଲରେ ରହିବାକୁ ପଡୁଥିଲା। ଯେଉଁଥିପାଇଁ ଆର୍ଥିକ ବୋଝ ମଧ୍ୟ ବଢ଼ୁଥିଲା।

wp:core-embed/twitter {"url":"https://twitter.com/narendramodi/status/1330749451938349063","type":"rich","providerNameSlug":"twitter","className":""}
https://twitter.com/narendramodi/status/1330749451938349063
/wp:core-embed/twitter

ଆଗକୁ ସେ କହିଛନ୍ତି, କଥାରେ ଅଛି, କ୍ରିୟା ସିଦ୍ଧି:ସତ୍ତ୍ୱେ ଭବତୀ ମହନ୍ତା ନପକରଣେ। ଅର୍ଥାତ- ଆମ ପ୍ରକୃତିରୁ ହିଁ ଆମର ସତ୍ୟ ସଂକଳ୍ପ ଉପରେ କର୍ମ ସିଦ୍ଧି ହୋଇଥାଏ। ଆଜି ଆମ ପାଖରେ ସାଧନ ଅଛି ଓ ଦୃଢ ସଂକଳ୍ପ ମଧ୍ୟ ଅଛି। ବିଡି ମାର୍ଗରେ ଗଙ୍ଗା, ଯମୁନା, ସରସ୍ବତୀ ନାଁରେ ୩ଟି ଟାୱାରରେ ୭୬ଟି ଫ୍ଲାଟ ନିର୍ମାଣ ହୋଇଛି। ଏହି ଫ୍ଲାଟ ପାଇଁ ୮୦ ବର୍ଷ ପୁରୁଣା ୮ଟି ବଙ୍ଗଳାର ପୁନର୍ବିକାଶ କରାଯାଇଛି। ଏଥିପାଇଁ ୨୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କୋଭିଡ୍-୧୯ ପ୍ରଭାବ ସତ୍ତ୍ୱେ ୧୪ ପ୍ରତିଶତ ସଞ୍ଚୟ ସହ ଫ୍ଲାଟ ନିର୍ମାଣ କରାଯାଇଛି।

{"id":366254,"sizeSlug":"large"}

ଏହି ପ୍ରକଳ୍ପରେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ତମାମ ନୂଆ କୌଶଳ ବ୍ୟବହାର କରାଯାଇଛି। ଏଥିରେ ଫ୍ଲାଇ ଏଶ (ପାୱାର ପ୍ଲାଣ୍ଟର ପାଉଁଶ) ଓ ନିର୍ମାଣ ସାଇଟରେ ଡିମୋଲିସନରୁ ସଂଗ୍ରହ କରାଯାଇଥିବା ଧ୍ୱଂସାବଶେଷରୁ ତିଆରି ହୋଇଥିବା ଇଟା, ଶକ୍ତି ଦକ୍ଷତା (ଏନର୍ଜି ଫଇସିଏନସି) ବୃଦ୍ଧି ପାଇଁ ହେଉଥିବା ଥର୍ମାଲ ଇନସୁଲେସନ୍ ସମ୍ବନ୍ଧିତ ଡବଲ୍ ଗ୍ଲାଜେଡ୍ ୱିଣ୍ଡୋ, ବିଦ୍ୟୁତ୍ ଉପଯୋଗକୁ ହ୍ରାସ କରିବା ପାଇଁ ଏଲଇଡି ଲାଇଟ୍ ଫିଟିଙ୍ଗ୍, ଲାଇଟ କଣ୍ଟ୍ରୋଲ ପାଇଁ ଆକ୍ୟୁପେନ୍ସି ଆଧାରିତ ସେନ୍ସର, କମ ବିଦ୍ୟୁତରେ ଚାଲୁଥିବା VRV ସିଷ୍ଟମ ଆଧାରିତ ଏସି, ବର୍ଷା ଜଳ ସଞ୍ଚୟ ଓ ଛାତ ଉପରେ ସୋଲାର ପ୍ଲାଣ୍ଟ ଭଳି ଉପକରଣ ଲଗାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.