Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ; ପୂର୍ବ ଏସିଆ ଶିଖର ବୈଠକରେ ଯୋଗଦେବେ

14/11/2018 at 9:43 AM

ସିଙ୍ଗାପୁର ୧୪|୧୧:  ତ୍ରୟୋଦଶ ଏସିଆନ ଭାରତ ଏବଂ ପୂର୍ବ ଏସିଆ ଶିଖର ବୈଠକରେ ଯୋଗ ଦେବାକୁ ସିଙ୍ଗାପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଙ୍ଗାପୁରରେ ପହଞ୍ଚିବା ପରେ ମୋଦି ସେଠାରେ ଫିନ୍ ଟେକ୍ ଫେଷ୍ଟିଭାଲରେ ଯୋଗଦେଇ ତାଙ୍କ ଅଭିଭାଷଣ ରଖିଛନ୍ତି । ମୋଦି କହିଛନ୍ତି ଭାରତୀୟ ଯୁବବର୍ଗ ତାଙ୍କ ବୈଷୟିକ କ୍ଷମତାର ଶକ୍ତି ଏଠାରେ ପ୍ରଦର୍ଶନ କରିଛନ୍ତି । ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଏହି ବୈଷୟିକ ଶକ୍ତି ସହାୟତାରେ ଏଠାରେ ତାଙ୍କର ନୋଟ୍ ଭାଷଣ ରଖିପାରିଛନ୍ତି । ଏହିଠାରେ ହିଁ ରୁପେ କାର୍ଡର ଆରମ୍ଭ ହୋଇଥିଲା ବୋଲି ମୋଦି କହିଛନ୍ତି । ମୋଦି କହିଛନ୍ତି ଅଳ୍ପ ଦିନ ମଧ୍ୟରେ କୋଟି କୋଟି ଭାରତୀୟଙ୍କ ବ୍ୟାଙ୍କ ଖାତା ଖୋଲାଯାଇ ସେମାନଙ୍କୁ ବ୍ୟାଙ୍କ ସହ ଯୋଡାଯାଇ ପାରିଛି । ଡାକଘର ବି ବ୍ୟାଙ୍କ ପାଲଟିଛି । ଏବେ ଆମ ପାଖରେ ଶହେ କୋଟିରୁ ଅଧିକ ଲୋକଙ୍କ ବାୟୋମେଟ୍ରିକ୍ ପରିଚୟପତ୍ର ହୋଇପାରିଛି । ଦେଶରେ ଆର୍ଥିକ କ୍ରାନ୍ତି ଆସିପାରିଛି ବୋଲି ମୋଦି କହିଛନ୍ତି । ଭାରତରେ ଇଣ୍ଟରନେଟ୍  ସବୁଠାରୁ ଶସ୍ତା ଏବଂ ଆୟୁଷ୍ମାନ ଯୋଜନା ଦ୍ବାରା ୫୦ କୋଟି ଲୋକଙ୍କୁ ଫାଇଦା ମିଳିପାରଛି ବୋଲି ମୋଦି ଏହି ଅବସରରେ କହିଛନ୍ତି । ମୋଦି କହିଛନ୍ତି ଭାରତରେ ଇଣ୍ଟନେଟ୍  ବ୍ୟବହାରକାରୀଙ୍କ ସଂଖ୍ୟା ସର୍ବାଧିକ । ଏଠାରେ ସବୁଠାରୁ କମ୍ ଦାମରେ ଇଣ୍ଟରନେଟ୍ ସେବା ମିଳେ । ଫିନଟେକ୍ ଫେଷ୍ଟିଭାଲକୁ ବିଶ୍ବର ସବୁଠାରୁ ବଡ ଫାଇନାନସିଆଲ୍ ଟେକନଲୋଜି ଫେଷ୍ଟିଭାଲ୍ ଭାବେ ଗଣାଯାଇଥାଏ । ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କର ଏହା ଦ୍ବିତୀୟ ସିଙ୍ଗାପୁର ଗସ୍ତ ।

   Related Posts