Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ମୁହଁ ଖୋଲିଲେ ବିଦ୍ୟାଭାରତୀଙ୍କ ସାଙ୍ଗ ଅକ୍ଷୟ : ‘ବନ୍ଧୁ ଭଳି ମିଶୁଥିଲୁ, ପାଠପଢା ସରିବା ପରେ ଆମ ଭିତରେ ନଥିଲା କୌଣସି ସମ୍ପର୍କ’
  • ||
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ସମ୍ବଲପୁର : ହୀରାକୁଦର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ବର୍ଷା ଲାଗି ରହିଲେ ଆହୁରି ଗେଟ୍ ଖୋଲିବା ସମ୍ଭାବନା
  • ||
  • ଆନନ୍ଦପୁର : ଟ୍ରାକ୍ଟରରେ ମାଟି ଲୋଡ୍ ବେଳେ ଅଘଟଣ, ମାଟି ଅତଡା ଧସି ନାବାଳକ ମୃତ
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

ଏସସିଓ ବୈଠକରେ ଇମ୍ରାନଙ୍କ ସମ୍ମୁଖରେ ବସି ଆତଙ୍କବାଦ ବିରୋଧରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି

14/06/2019 at 3:05 PM

ନୂଆଦିଲ୍ଲୀ ୧୪/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଆତଙ୍କବାଦ ପ୍ରସଙ୍ଗ ଦୁନିଆ ସାମ୍ନାରେ ରଖିଛନ୍ତି । ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ସମସ୍ତ ଦେଶ ଏକଜୁଟ ହୋଇ ଲଢ଼ିବା ଦରକାର । ସମସ୍ତ ଦେଶ ଏକଜୁଟ ହେଲେ ଆତଙ୍କବାଦ ଦୁନିଆରୁ ସଫା ହେବ ବୋଲି କହିଛନ୍ତି ମୋଦି । ମୋଦି ଯେତେବେଳେ ସାଂଘାଇ ମଞ୍ଚରେ ଆତଙ୍କବାଦ ବିରୋଧରେ ସମସ୍ତ ଦେଶଙ୍କୁ ଏକଜୁଟ ହେବ ପାଇଁ କହୁଥିଲେ ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେଠାରେ ଉପସ୍ଥିତ ଥିଲେ । ମୋଦି ନିଜ ଭାଷଣରେ ଅନେକ ପ୍ରସଙ୍ଗ ଉପରେ ଭାଷଣ ଦେଇଛନ୍ତି ।  

ସାଂଘାଇ ବୈଠକରେ ମୋଦି ଏସସିଓ ସଦସ୍ୟଙ୍କୁ ଅପିଲ କରିଛନ୍ତି ଯେ, ଆତଙ୍କବାଦ ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଡାକିବାକୁ ହେବ । ମୋଦି ଶ୍ରୀଲଙ୍କା ଏବଂ ମାଲଦ୍ଵୀପ ଗସ୍ତରେ ଯାଇଥିବାବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।

ଏହାଛଡା ମୋଦି କହିଥିଲେ ଆଧୁନିକ ସମୟରେ ସମ୍ପର୍କ ନିହାତି ଜରୁରୀ । ଲୋକମାନେ ପରସ୍ପର ସହ ସମ୍ପର୍କରେ ରହିବ ଜରୁରୀ । ଖୁବ ଶୀଘ୍ର ଭାରତ ୱେବସାଇଟରେ ଋଷର ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ଜାରି କରାଯିବ । ଏହାଛଡା ଆଫଗାନିସ୍ଥାନ ଲୋକଙ୍କ ସହ ମିଶି ଦେଶ ଆଗକୁ ବଢିବ । ଆଫଗାନିସ୍ଥାନରେ ଭାରତ ତରଫରୁ କରାଯାଉଥିବା ଯୋଜନା ସମ୍ପର୍କରେ ମଧ୍ୟ ମୋଦି ଆଲୋଚନା କରିଥିଲେ । ଏହାସହ ଏସସିଓ ଦେଶମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପର୍ଯ୍ୟଟନ ସମେତ ଅନ୍ୟ ସେକ୍ଟରଗୁଡିକୁ ବଢାଇବା ପାଇଁ ମଧ୍ୟ ଆଲୋଚନା କରିଥିଲେ ।

   Related Posts