Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମଙ୍ଗଳବାର ସନ୍ଧ୍ୟା ୬ଟାରେ ସରକାର ଡକାଇଲେ ସର୍ବଦଳୀୟ ବୈଠକ, ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦୀ

19/07/2021 at 8:01 PM

ନୂଆଦିଲ୍ଲୀ ୧୯।୦୭: କରୋନା ସଙ୍କଟ ସମୟରେ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହୋଇ ଯାଇଛି। ପ୍ରଥମ ଦିନରେ ଅନେକ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସନ୍ଧ୍ୟା ୬ଟାରେ କରୋନା ଟିକାକରଣ ନୀତି ଉପରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡକାଇଛନ୍ତି। ବୈଠକରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ଦଳର ନେତା ଯୋଗ ଦେବେ।  ବୈଠକରେ କୋଭିଡ୍ ପରିଚାଳନା ନେଇ ତଥ୍ୟ ଉପସ୍ଥାପନ କରାଯିବ।

ଏହା ପୂର୍ବରୁ ସୋମବାରଠୁ ସଂସଦରେ ମୌସୁମି ଅଧିବେଶନ ଆରମ୍ଭ ହୋଇଛି। ଗୃହକାର୍ଯ୍ୟ ଆରମ୍ଭରୁ ମୋଦୀ କ୍ୟାବିନେଟ୍‌ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ନାଗରିକତା ନେଇ ରାଜ୍ୟସଭାରେ ଖୁବ୍ ହଟ୍ଟଗୋଳ ହୋଇଛି। ଅନ୍ୟପଟେ ମହଙ୍ଗା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଲୋକସଭାରେ ହଙ୍ଗାମା କରିଛନ୍ତି। ଲୋକସଭାରେ ମଧ୍ୟ ନିଶିଥ ପ୍ରମାଣିକଙ୍କ ନାଗରିକତା ମାମଲା ଉଠିଛି। ଏହି କାରଣରୁ ସଂସଦର ଉଚ୍ଚ ସଦନ ରାଜ୍ୟସଭାର ବୈଠକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମହିଳା, ଓବିସି, ଆଦିବାସୀ ଓ ଦଳିତ ସାଂସଦଙ୍କୁ ନୂତନ କରି ମନ୍ତ୍ରୀ କରାଯାଇଛି। ଏହା ପୂର୍ବରୁ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରି ଆସୁଥିଲେ ଯେ, ଏହା କେଉଁ ମାନସିକତା ଯେଉଁଠି ମହିଳା, ଦଳିତ, ଆଦିବାସୀ, କୃଷକ ପୁଅର ଗୌରବକୁ ସମ୍ମାନ ଦିଆଯାଉ ନାହିଁ। ମୋଦୀ ସରକାରଙ୍କୁ ଦଳିତ-ଆଦିବାସୀ ଓ ମହିଳା  ବିରୋଧୀ ମାନସିକତା କହିଥିଲେ ବିରୋଧୀ ନେତା।

   Related Posts