Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

୨୬/୧୧ ପରି ଆକ୍ରମଣ କରିବାକୁ ଯୋଜନା କରିଥିଲେ ନଗରୋଟାରେ ନିହତ ଆତଙ୍କବାଦୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

20/11/2020 at 4:40 PM

ନୂଆଦିଲ୍ଲୀ ୨୦।୧୧: ଜାମ୍ମୁ-କାଶ୍ମୀରର ନଗରୋଟାରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ,  ବୈଦେଶିକ ସଚିବଙ୍କ ସହିତ ସମସ୍ତ ଗୁଇନ୍ଦା ଏଜେନ୍ସିର ଅଫିସର ଉପସ୍ଥିତ ଥିଲେ। ନଗରୋଟା ଗୁଳି ବିନିମୟରେ ପ୍ରାଣ ହରାଇଥିବା ଆତଙ୍କବାଦୀମାନେ ୨୬/୧୧ ବର୍ଷ ପୂର୍ତ୍ତି ଅବସରରେ ବଡ ଧରଣ ଆକ୍ରମଣ କରିବାକୁ  ଷଡଯନ୍ତ୍ର ରଚିଥିବା କୁହାଯାଉଛି।

ସରକାରୀ ସୂତ୍ର ଅନୁଯାୟୀ ଜାମ୍ମୁ-ଶ୍ରୀନଗର ରାଜମାର୍ଗରେ ନଗରୋଟାରେ ପ୍ରାଣ ହରାଇଥିବା ଚାରି ଆତଙ୍କବାଦୀ ୨୬/୧୧ ଆକ୍ରମଣର ବର୍ଷ ପୂର୍ତ୍ତି ଅବସରରେ କିଛି ବଡ ଅଘଟଣ ଘଟାଇବାକୁ ଷଡଯନ୍ତ୍ର ରଚିଥିଲେ। ଗୁରୁବାର ସକାଳେ ଏଠାରେ ଆତଙ୍କବାଦୀ ସେଓଫଳ ଟ୍ରକରେ ଲୁଚି ଯାଉଥିଲେ। ହେଲେ ଗୁଇନ୍ଦା ସୂଚନା ମିଳିବା ପରେ ପ୍ରତି ଚେକ୍‌ଗେଟ୍‌ର ଗାଡି ଗୁଡିକର ଟିକିନିଖି ତଲାସି କରାଯାଇଥିଲା। କଡା ସୁରକ୍ଷା ବ୍ୟବସ୍ଥା ଓ ବଳିଷ୍ଠ ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମ ବିଫଳ ହୋଇଥିଲା। ନଗରୋଟାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଅନେକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା।

ସୁରକ୍ଷାବଳ ଟୋଲ୍ ପ୍ଲାଜା ନିକଟରେ ଘେରାବନ୍ଦୀ କରି ତଲାସି ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଯବାନଙ୍କ ଉପରକୁ ଗୁଳିମାଡ ଆରମ୍ଭ କରିଥିଲେ। ଏହା ପରେ ଆତଙ୍କୀ  ଜଙ୍ଗଲ ଅଭିମୁଖେ ପଳାୟନ କରିଥିଲେ ଏବଂ ସକାଳ ୫ଟାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପ୍ରାଣ ହରାଇଥିବା ଚାରି ଆତଙ୍କବାଦୀ ଜୈସ ଏ ମହମ୍ମଦର ହୋଇଥିବା ଜଣା ପଡିଛି।

   Related Posts