Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

କରୋନା ଟିକାକୁ ନେଇ ପିଏମ ମୋଦିଙ୍କ ସମୀକ୍ଷା ବୈଠକ

18/10/2020 at 8:37 AM

ନୂଆଦିଲ୍ଲୀ ୧୮/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ସ୍ଥିତି ଓ ଭାକସିନ୍ ଅପଡେଟ୍ ବାବଦରେ ଜାଣିବା ଲାଗି ଅଫିସରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଦେଶର ସବୁ ଲୋକଙ୍କ ପାଖରେ କିପରି କରୋନା ଟିକା ପହଞ୍ଚିବ ତାର ବିତରଣ ବ୍ୟବସ୍ଥା ଉପରେ କାମ କରିବା ଦରକାର କହିଛନ୍ତି।

ଦେଶର ଭୌଗୋଳିକ ସ୍ଥିତି ଓ ବିବିଧତାକୁ ଧ୍ୟାନରେ ରଖି ଭାକସିନ ଯୋଗାଣ କିଭଳି ଦ୍ରୁତ ଭା​ବେ ପହଞ୍ଚି ପାରିବ ସେ ସମ୍ପର୍କରେ ସୁନିଶ୍ଚିତ କରିବା ଦରକାର। କୋଲ୍ଡ ଷ୍ଟୋରେଜ ଚେନ୍, ଡିଷ୍ଟ୍ରବ୍ୟୁସନ ନେଟଓ୍ବର୍କ, ମନିଟରିଂ ମେକାନିଜମ, ଆଡାଭାନ୍ସ ଆସସମେଣ୍ଟ ଓ ଆବଶ୍ୟକ ଉପକରଣ ପ୍ରସ୍ତୁତ କରିବା ପାଇଁ ଆଡଭାନ୍ସ ପ୍ଲାନିଂ ସାମିଲ ହେବା ଦରକାର।

ଏହା ସହ ନିୟମ ପାଳନ କରିବା ତଥା ମହମାରୀକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ଆହ୍ବାନ କରିଛନ୍ତି। ଆଗକୁ ଶୀତ ଆସୁଥିବାରୁ କରୋନାର ଦିଶାନିର୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି। ମାସ୍କ ପିନ୍ଧିବା, ହାତ ପରିଷ୍କାର କରିବା ତଥା ସଫାସୁତୁରା ଉପରେ ଧ୍ୟାନ ରଖିବାକୁ ପିଏମ ଚେତାଇ ଦେଇଛନ୍ତି।

ପୁଣି କରୋନା ମାମଲା କ୍ରମାଗତ ହ୍ରାସ ପାଉଥିବା ସୂଚାଇଛନ୍ତି।  ଯଦିଓ ଏହା ଆଶ୍ବସ୍ତିକର କଥା କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇ ବସିଯିବାଟା ଠିକ ନୁହେଁ। ଭାରତରେ ତିନିଟି ଭାକସିନର ସନ୍ଧାନ ଆଡଭାନ୍ସ ସ୍ତରରେ ଚାଲୁଛି। ଯେଉଁଥିରୁ ଦୁଇଟି ଦ୍ବିତୀୟ ପର୍ଯ୍ୟାୟ ଓ ଅନ୍ୟ ଗୋଟିଏ ତୃତୀୟ ପର୍ଯ୍ୟାୟରେ ରହିଛି। ଭାରତୀୟ ବୈଜ୍ଞାନିକ ପଡୋଶୀ ଦେଶ ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ମାଳଦ୍ବୀପ, ମରିସସ ନେପାଳ ଓ ଶ୍ରୀଲଙ୍କା ଅନୁସନ୍ଧାନ କ୍ଷମତାକୁ ସହଯୋଗକୁ ଦୃଢ଼ କରାଯାଉଛି ମୋଦିଙ୍କ ଏ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ, ନୀତି ଆୟୋଗ ସଦସ୍ୟ, ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା , ବରିଷ୍ଠ ବୈଜ୍ଞାନିକ ତଥା ଭାରତ ସରକାରଙ୍କ ଅନ୍ୟ ବିଭାଗର ଅଧିକାରୀ ସାମିଲ ଥିଲେ।

   Related Posts