ଆକ୍ରମଣ ପାଇଁ ପାକିସ୍ତାନର ମସୁଧା ପୁଣି ଫେଲ, ନାଗରୋଟ ଏନକାଉଣ୍ଟରରେ ଜୈସ ଆତଙ୍କବାଦୀଙ୍କ ନିହତ ପରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦/୧୧ : ଜାମ୍ମୁ-କାଶ୍ଚୀରର ନାଗରୋଟରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜୈସ୍-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ବୈଠକ କରିଛନ୍ତି । ଏହି ବୈଠକରେ ମୋଦିଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ବିଟ୍ କରି ପାକିସ୍ତାନକୁ କଡା ସନ୍ଦେଶ ଦେଇଛନ୍ତି । ନାଗରୋଟ ଏନକାଉଣ୍ଟରରେ ନିହତ ହୋଇଥିବା ୪ ଜଣ ଆତଙ୍କବାଦୀ ମୁମ୍ବାଇରେ ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ସୂଚନା ମିଳିଛି ।

ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରି କହିଛନ୍ତି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିହତ କରାଯିବା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ଜବତ କରାଯାଇଥିବାରୁ ସେମାନେ ଏକ ବଡ ଧରଣର ଆକ୍ରମଣ କରୁଥିଲେ ବୋଲି ସୂଚନା ମିଳିଛି । କିନ୍ତୁ ସେମାନଙ୍କ ଯୋଜନାକୁ ପୁଣି ଥରେ ପଣ୍ଡ କରିଛି ଭାରତୀୟ ସେନା ।

wp:core-embed/twitter {"url":"https://twitter.com/narendramodi/status/1329728388852903938?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1329728388852903938%7Ctwgr%5E\u0026ref_url=https%3A%2F%2Fwww.livehindustan.com%2Fnational%2Fstory-nagrota-encounter-pm-modi-holds-important-meeting-with-amit-shah-and-ajit-doval-3638355.html","type":"rich","providerNameSlug":"twitter","className":""}
https://twitter.com/narendramodi/status/1329728388852903938?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1329728388852903938%7Ctwgr%5E&ref_url=https%3A%2F%2Fwww.livehindustan.com%2Fnational%2Fstory-nagrota-encounter-pm-modi-holds-important-meeting-with-amit-shah-and-ajit-doval-3638355.html
/wp:core-embed/twitter

ମୋଦୀ ଆହୁରୀ ମଧ୍ୟ କହିଛନ୍ତି ଯେ ଆମ ସେନା ପୁଣି ଥରେ ବାହାଦୁରୀ ଦେଖାଇଛନ୍ତି । ସତର୍କତା କାରଣରୁ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ଚୀରରେ ଆକ୍ରମଣ ପାଇଁ ରଚୁଥିବା ଷଡଜନ୍ତ୍ର ଫସର ଫାଟି ଯାଇଥିଲା ।

ଏହା ପୂର୍ବରୁ ଜାମ୍ମୁର ପୋଲିସ ମହାନିର୍ଦ୍ଦଶକ ମୁକେଶ ସିଂହ ଏନକାଉଣ୍ଟର ବାବଦରେ କହିଛନ୍ତି ଯେ ନିହତ ହୋଇଥିବା ଜୈସ ସଂଗଠନର ୪ ଜଣ ଆତଙ୍କବାଦୀ ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରିଥିଲେ ଯାହାକୁ ପଣ୍ଡ କରିଦିଆଯାଇଥିଲା । ସୁରକ୍ଷାକର୍ମୀଙ୍କ ଦ୍ବାରା ଏହି ସଫଳ ଅପରେସନ ପରେ ଉପ-ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି କୌଣସି ବି ବାହାର ଶକ୍ତି ଶାନ୍ତି ଏବଂ ପ୍ରଗତିର ଆମ ଏହି ଦେଶରେ ଅରାଜକତା ସୃଷ୍ଟି କରିପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.