Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତା ୧୬ରେ ଭୁବନେଶ୍ବରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

14/04/2019 at 2:31 PM

ଭୁବନେଶ୍ବର ୧୪|୪: ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୬ ତାରିଖ ଅପରାହ୍ନରେ ଏୟାରପୋର୍ଟରୁ ବରମୁଣ୍ଡା ଯାଏଁ ହେବ ରୋଡ୍  ସୋ’। ଗଙ୍ଗନଗର, ସିରିପୁର ଦେଇ ଯିବ ଶୋଭାଯାତ୍ରା । ଏହାପରେ ବରମୁଣ୍ଡା ପଡ଼ିଆରେ ସାଧାରଣ ସଭାରେ ଉଦବୋଧନ ଦେବେ ମୋଦି । ସେହିଦିନ ସକାଳେ ସମ୍ବଲପୁରରେ ମୋଦି ସାଧାରଣ ସଭାରେ ଯୋଗଦେବେ ।

ଆସନ୍ତାକାଲି ଓଡ଼ିଶା ଆସି ପ୍ରଚାର କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ପ୍ରଚାର କରିବେ । ମୋଦି ଓ ଯୋଗୀଙ୍କ ପ୍ରଚାର ପାଇଁ ବିଜେପି ନେତାମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

   Related Posts