ନୂଆ ଇତିହାସ ରଚିଲେ ମୋଦି ; ଆଜାଦ ହିନ୍ଦ ଫୌଜର ଜନ୍ମ ଦିନରେ ଲାଲକିଲ୍ଲାରେ କଲେ ପତାକା ଉତ୍ତୋଳନ

Published By : Prameya-News7 Bureau | October 21, 2018 IST

ନୂଆଦିଲ୍ଲୀ ୨୧|୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ବର୍ଷ ମଧ୍ୟରେ ୨ୟ ଥର ପାଇଁ ଲାଲ କିଲ୍ଲାରେ ଆଜି ପତାକା ଉତ୍ତୋଳନ କରି ଇତିହାସ ସୃଷ୍ଟି କରିଛନ୍ତି । ଲାଲକିଲ୍ଲାରେ ସାଧାରଣତଃ ଜାନୁଆରୀ ୨୬ ଏବଂ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ ହୋଇଥାଏ । କିନ୍ତୁ ଅକ୍ଟୋବର ୨୧ତାରିଖରେ ସୁବାଷ ଚନ୍ଦ୍ର ବୋଷ ଆଜାଦହିନ୍ଦ ଫୌଜ ଗଠନ କରିଥିବାରୁ ଏହି ଦିନକୁ ସ୍ମରଣ କରିବା ପାଇଁ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କୁ ସମ୍ମାନ ଦେବା ପାଇଁ ଏଭଳି ପତ୍ତାକା ଉତ୍ତୋଳନ ଆୟୋଜନ କରାଯାଇଛି । ଚଳିତବର୍ଷ ଆଜାଦ ହିନ୍ଦ ଫୌଜ ଗଠନକୁ ୭୫ବର୍ଷ ହୋଇଛି । ସେଥିପାଇଁ ଏ ଉତ୍ସବର ଆୟୋଜନ ବୋଲି ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହାକୁ ନେଇ ମଧ୍ୟ କିଛି ଲୋକ ସମାଲୋଚନା ଏବଂ ରାଜନୀତି କରିପାରନ୍ତି । କିନ୍ତୁ ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ଜଣେ ତୁଙ୍ଗ ଏବଂ ଉତ୍ସର୍ଗୀକୃତ ସ୍ବାଧୀନତା ସେନାନୀଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଦେଶ କାର୍ପଣ୍ୟ କରିବା କଥା ନୁହେଁ ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଉତ୍ସବରେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ଶାଖାର ଉପାଧ୍ୟକ୍ଷ ତଥା ସୁବାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ, ମେଜର ଜେନେରାଲ ଜି.ଡି. ବକ୍ସିଙ୍କ ସମେତ ଆଜାଦ ହିନ୍ଦ ଫୌଜର ଜୀବିତ ଥିବା ବହୁ କର୍ମକର୍ତ୍ତା ଯୋଗଦେଇଥିଲେ । ଉତ୍ସବରେ ଯୋଗଦେଇଥିବା ଆଜାଦ ହିନ୍ଦ ଫୌଜର କର୍ମକର୍ତ୍ତାଙ୍କ ମଧ୍ୟରେ ଥିଲେ ଲାଲତିରାମ ଜଗିର ସିଂହ, ପରମାନନ୍ଦ ଜଗରାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.