Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜମ୍ମୁ-କଶ୍ମୀରକୁ ନେଇ ଜାରି ସରଗରମ ମଧ୍ୟରେ ଶାହା-ରାଜନାଥଙ୍କ ସହ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ, କିଛି ବଡ ଘୋଷଣା ହେବ କି ?

20/06/2021 at 5:01 PM

ନୂଆଦିଲ୍ଲୀ ୨୦।୦୬: ଜମ୍ମୁ-କଶ୍ମୀରକୁ ନେଇ ଜାରି  ରାଜନୈତିକ ସରଗରମ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବାସଭବନରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୈଠକ କରିଛନ୍ତି। କିନ୍ତୁ କେଉଁ ଉଦ୍ଦେଶ୍ୟରେ ଏହି ବୈଠକ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଜମ୍ମୁ-କଶ୍ମୀରକୁ ନେଇ ଯେଉଁଭଳି ସରକାରଙ୍କଠୁ ନେଇ ରାଜନୈତିକ ପାର୍ଟି ଚଳଚଞ୍ଚଳ ହୋଇ ଉଠିଛନ୍ତି, ତାକୁ ଦେଖି ଲାଗୁଛି ଏହି ବୈଠକ ସେହି ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ। କ୍ୟାବିନେଟ୍ ସଂପ୍ରସାରଣ କିମ୍ଵା ଅଦଳବଦଳ ପାଇଁ ଏହି ବୈଠକ ହୋଇଥାଇପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଚଳିତ ମାସ  ଆରମ୍ଭରେ ମୋଦୀ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ପ୍ରାୟ ୫ ବୈଠକ କରିଛନ୍ତି। ଆଜି ଅନୁଷ୍ଠିତ ବୈଠକରେ ଶାହା ଓ ରାଜନାଥଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ମିର୍ମଳା ସୀତାରମଣ ଓ ପିୟୁଷ ଗୋଏଲ ମଧ୍ୟ ଉପସ୍ଥିତ ଥିଲେ।

ଅପରପକ୍ଷେ ରାଜଧାନୀ ଦିଲ୍ଲୀରେ ଜୁନ ୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ  ଥିବା ବୈଠକରେ ଜମ୍ମୁ-କଶ୍ମୀରର ୧୪ ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିରେ ରାଜ୍ୟର ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ।

   Related Posts