ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଂଚ କଡାକଡି: ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଓ ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବି ହେଲା ଯାଂଚ

Published By : Prameya-News7 Bureau | April 17, 2019 IST

ଭୁବନେଶ୍ବର୧୭|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟଦାନ ହେବାକୁ ଯାଉଥିବା ବେଳେ ଆଜି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାର୍ଡ ବିଭିନ୍ନ ସ୍ଥାନରେ ଖାନତଲାସୀକୁ ଜୋରଦାର କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ହେଲିକପ୍ଟରକୁ ଯାଞ୍ଚ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ଗାଡ଼ିକୁ ମଧ୍ୟ ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାର୍ଡ। ….

{"id":104474,"align":"center"}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରର ଯାଞ୍ଚ। ଯାଞ୍ଚ କରୁଛନ୍ତି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାର୍ଡ। ଗତକାଲି ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଥିବା ବେଳେ ଯାଞ୍ଚ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଏହିସମୟରେ ବାହାରେ ରହିଥିଲେ ଏବଂ ଅଧିକାରୀମାନେ ସେମାନଙ୍କ ଯାଞ୍ଚ କରିଥିଲେ। ତାଙ୍କର ଲଗେଜ ଏବଂ ଜିନିଷପତ୍ର ତନଖି ଦେଖିଥିଲେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାର୍ଡ ବିଭିନ୍ନ ସ୍ଥାନରେ ତାଙ୍କର ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରର ବି ଯାଞ୍ଚ କରାଯାଇଥିଲା ।

{"id":104475,"align":"center"}

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀଙ୍କ  ହେଲିକପ୍ଟରର ମଧ୍ୟ ଆଜି ଯାଞ୍ଚ କରାଯାଇଛି। ସିବାମୋଗାରେ ନିର୍ବାଚିନୀ ରାଲିରେ ଯୋଗ ଦେବା ପାଇଁ ପହଞ୍ଚିବା ପରେ ପରେ ଇସି ସ୍କ୍ବାର୍ଡ ତାଙ୍କର ସମସ୍ତ ଜିନିଷପତ୍ର ଯାଞ୍ଚ କରିଥିଲେ।  ସେହିପରି ଗତକାଲି ବିଜେପି ନେତା  ବିଏସ ୟେଦ୍ୟୁରୁପ୍ପାଙ୍କର ହେଲିକପ୍ଟର ମଧ୍ୟ ଯାଞ୍ଚ କରିଥିଲେ ଇସି ସ୍କ୍ବାର୍ଡ। ରାଇଚୁର ଗସ୍ତ କରିବା ପୂର୍ବରୁ ସ୍କ୍ବାର୍ଡ ସେଠାରେ ପହଞ୍ଚି ତାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ବୁର୍ଲା MCL ହେଲିପ୍ୟାଡ୍ ରେ ଅବତରଣ କରିଥିଲା ।

{"id":104476}

ଏହି ସମୟରେ ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ଫ୍ଲାଇଂ ସ୍କ୍ବାର୍ଡ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ ସମେତ ତାଙ୍କ ସହ ଥିବା ଅନ୍ୟ କାର୍ ଗୁଡିକୁ ଯାଞ୍ଚ କରିବାକୁ ଚାହିଁଥିଲା । ତେବେ ଇସି ଫ୍ଲାଇଂ ସ୍କ୍ବାର୍ଡ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୁକ୍ତି ତର୍କ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ନିର୍ବାଚନ କମିଶନ ସ୍ବଚ୍ଛ ନିର୍ବାଚନ ପରିଚାଳନା ପାଇଁ ତତ୍ପର ହୋଇଛନ୍ତି। ଏପରିକି ମିଳିଥିବା ଆଉ ଏକ ସୂଚନା ଅନୁସାରେ ଗତକାଲି ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହେଲିକପ୍ଟରର ଯାଞ୍ଚ କରାଯାଇଥିଲା। ଯଦିଓ ଏନେଇ କେହି ସ୍ପଷ୍ଟ କରିନାହାନ୍ତି ତେବେ ମତଦାନ ପୂର୍ବରୁ ବିଭିନ୍ନ ଭିଭିଆଇପିଙ୍କୁ ଯାଞ୍ଚ ପରିସରକୁ ଆଣିଛନ୍ତି ନିର୍ବାଚନ କମିଶନ ଏବଂ ସେମାନଙ୍କ ଗାଡ଼ି ଓ ହେଲିକପ୍ଟରର ଯାଞ୍ଚ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.