ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଏସିଆନ, ଇଷ୍ଟ ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | November 02, 2019 IST

ନୂଆଦିଲ୍ଲୀ ୨।୧୧ଆଜିଠାରୁ  ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଥାଇଲାଣ୍ଡରେ ଏସିଆନ, ଇଷ୍ଟ ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗ ଦେବେ । ଗସ୍ତ ସମୟରେ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି

{"id":177979}

ଗସ୍ତର ପ୍ରଥମ ଦିନରେ ଥାଇଲାଣ୍ଡର ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କୁ ଉଦ୍‌ବୋଧନ ଦେବେ । ଏହି ଗସ୍ତ ଅବସରରେ ସେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀ ଅବସରରେ ଏକ ମୁଦ୍ରା ଜାରି କରିବେ । ଗସ୍ତର ଦ୍ବିତୀୟ ଦିନରେ ମୋଦି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସ୍ବତନ୍ତ୍ର ମଧ୍ୟାହ୍ନ ଭୋଜନରେ ଯୋଗଦେବେ । ଏଥିରେ ପୂର୍ବ ଏସିଆ ଦେଶଗୁଡିରୁ ସମ୍ମିଳନୀରେ ଯୋଗଦେଇଥିବା ନେତାମାନେ ମଧ୍ୟ ଯୋଗଦେବେ । ତିନି ଦିନିଆ ଗସ୍ତର ଶେଷ ଦିନରେ ମୋଦି ୧୪ ତମ ଇଷ୍ଟ ଏସିଆ ସମ୍ମିଳନୀରେ ଯୋଗଦେବେ ।  ଏସିଆନ-ଭାରତ ସମ୍ମିଳନୀରେ ମୋଦୀ ୭ମ ଥର ପାଇଁ ଭାଗ ନେଉଥିବା ବେଳେ ଇଷ୍ଟ ଏସିଆ ସମ୍ମିଳନୀରେ ୬ଷ୍ଠ ଥର ପାଇଁ ଯୋଗ ଦେଉଛନ୍ତି  ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.