ବଲିଉଡର ଏହି ଫିଲ୍ମରୁ ପିଏମ ମୋଦିଙ୍କୁ ମିଳିଥିଲା ପ୍ରେରଣା, ଏହି ଗୀତଟି ତାଙ୍କର ସବୁଠୁ ଅଧିକ ପସନ୍ଦ, ଜାଣନ୍ତୁ

Published By : Prameya-News7 Bureau | September 17, 2019 IST

ନୂଆଦିଲ୍ଲୀ୧୭|୯: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ଆଜି ୬୯ ବର୍ଷ ବୟସରେ ପିଏମ ମୋଦି ପାଦ ଥାପିଲେ। ୧୯୫୦ ମସିହାରେ ଗୁଜୁରାଟର ବଡନଗରରେ ନରେନ୍ଦ୍ର ମୋଦି ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାଁ ଦାମୋଦରଦାସ ମୂଳଚନ୍ଦ । ସେ ଚାହା ବିକ୍ରି କରୁଥିଲେ। ମୋଦି ବଡ ହେବା ପରେ ଚାହା ବିକ୍ରିରେ ବାପାଙ୍କୁ ସାହାଯ୍ୟ କରୁଥିଲେ। ଦେଶର ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଏମିତି କିଛି କଥା ଅଛି ଯାହା ହୁଏତ ଆପଣ ଜାଣି ନଥିବେ। ବଲିଉଡ୍‌ର ଏକ ଫିଲ୍ମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରେରଣା ମିଳିଥିଲା। ସେ ଗୀତ ଶୁଣିବା ପାଇଁ ବହୁତ ପସନ୍ଦ କରନ୍ତି। ପିଏମ ମୋଦି ଶୁଣିଥିବା ଗୀତା ମଧ୍ୟରୁ ତାଙ୍କର ଗୋଟେ ପ୍ରିୟ ଗୀତ ରହିଛି। ଆସନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ କିଛି ରୋଚକ କଥା ଜାଣିବା।

ଛୋଟ ବେଳେ ସରଳ ଜୀବନ ବିତାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଫିଲ୍ମ ଦେଖିବା ପାଇଁ ସମୟ ନଥିଲା। ଏକ ସାକ୍ଷାତକାରରେ ମୋଦି କହିଥିଲେ ଯେ,ଫିଲ୍ମ ଦେଖିବାଲାଗି ସେ ଅଧିକ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯୁବାବସ୍ଥାରେ ନିଜ ସାଙ୍ଗମାନଙ୍କ ସହ ଫିଲ୍ମ ଦେଖିବା ପାଇଁ ଯାଆନ୍ତି। ଫିଲ୍ମ ଦେଖି ମନୋରଞ୍ଜନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଜୀବନ ସହ ଜଡିତ କିଛି କଥା ସେହି ଫିଲ୍ମରୁ ଶିଖିବା ପାଇଁ ମିଳିଥିଲା ବୋଲି ମୋଦି କହିଥିଲେ।

ସାକ୍ଷାତାକାରରେ ମୋଦି ଆହୁରି ମଧ୍ୟ କହିଥିଲେ ଯେ, ଆରକେ ନାରାୟଣଙ୍କ ଉପନ୍ୟାସ ଉପରେ ଆଧାରିତ ଫିଲ୍ମ ଗାଇଡ୍‌ ଦେଖିବା ଲାଗି ତାଙ୍କର ଜଣେ ଅଧ୍ୟାପକ ବନ୍ଧୁଙ୍କ ସହ ସେ ଯାଇଥିଲେ।  ଏହି ଫିଲ୍ମ ଦେଖିବା ପରେ ମୋଦି ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମୋଦିଙ୍କ ଯୁକ୍ତିଥିଲା କି, ଫିଲ୍ମରେ ଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ମାର୍ଗ ଦର୍ଶନ ମିଳିଥାଏ। କିନ୍ତୁ ତାଙ୍କ ସାଙ୍ଗମାନେ ଏହି କଥାକୁ ଖଣ୍ଡନ କରିଥିଲେ। ଏହି କଥାକୁ ନେଇ ମୋଦି ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା କଥା ମୋଦି କହିଥିଲେ।

ମୋଦିଙ୍କ ଉପରେ ଗାଇଡ୍‌ ଫିଲ୍ମ ଏକ ଛାପ ଛାଡ଼ି ଯାଇଥିବା କଥା ମୋଦି କହିଥିଲେ। ଲୋକମାନଙ୍କ ସମସ୍ୟାକୁ ନେଇ ଫିଲ୍ମଟି ନିର୍ମାଣ ହୋଇଥିଲା। ଗାଇଡ୍ ଫିଲ୍ମ ଦେଖି ସେ ଗୁଜୁରାଟରେ ଚାଷୀଙ୍କ ପାଇଁ ଜଳ ସେଚନର ସୁବିଧା କରିଥିଲେ। କେଉଁ ଗୀତକୁ ମୋଦି ପସନ୍ଦ କରନ୍ତି ବୋଲି ଶେଷରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ମୋଦି ଉତ୍ତର କହିଥିଲେ, ଜୟ ଚିନ୍ତୋଡ଼ରେ ଲତା ମଙ୍ଗେସ୍କରଙ୍କ କଣ୍ଠର, ‘ହୋ ପବନ ବେଗ ସେ ଉଡ଼ନେ ବାଲେ ଘୋଡ଼େ’ ଗୀତକୁ ସେ ପସନ୍ଦ କରନ୍ତି ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.