ଜନ ଔଷଧି କେନ୍ଦ୍ରରେ ହିତାଧିକାରୀ କହିଲେ ଈଶ୍ଵରଙ୍କୁ ଦେଖିନାହିଁ ଆପଣଙ୍କୁ ଦେଖିଛି, ଶୁଣି ଭାବ ବିହ୍ଵଳ ହୋଇ ପଡିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୦୭।୦୩- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜନ ଔଷଧି ଦିବସ ଅବସରରେ ହିତାଧିକାରୀଙ୍କ ସହିତ ଆଲୋଚନା ବେଳେ ଭାବବିହ୍ଵଳ ହୋଇ ପଡିଛନ୍ତି। ପାରାଲିସିସ(ପକ୍ଷାଘାତ)ରେ ପୀଡିତ ଜଣେ ମହିଳା ଜନ ଔଷଧୀ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଯାଇ ତଳେ ଖସି ପଡିଥିଲେ। ଏହା ଦେଖି ପ୍ରଧାନମନ୍ତ୍ରୀ ଭାବ ବିହ୍ଵଳ ହେବା ସହ ତାଙ୍କ ଆଖି ଛଳ ଛଳ ହୋଇ ଉଠିଥିଲା।

ପ୍ରଧାନମନ୍ତ୍ରୀଙ୍କ ସହ ନିଜର ମନର କଥା ବଖାଣିବା ବେଳେ ଡେରାଡୁନର ଦୀପା ଶାହା କହିଛନ୍ତି ଯେ, ପୂର୍ବେ ପାରାଲିସିସର ଚିକିତ୍ସା ପାଇଁ ଯେଉଁଠି ତାଙ୍କୁ ୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ଏବେ ତାଙ୍କୁ ଜନ ଔଷଧି କେନ୍ଦ୍ରରୁ ମାତ୍ର ୧୫୦୦ ଟଙ୍କାରେ ଔଷଧ ମିଳିପାରୁଛି।

ଦୀପା କହିଛନ୍ତି ଯେ, ସେ ୨୦୧୧ରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ସେ ଠିକ୍ ଭାବେ କଥା କହି ପାରୁନଥିଲେ।  ଏହା ପରେ ସେ ଏକ ହସ୍ପିଟାଲରେ ଚିକିତ୍ସା ନେବା ଆରମ୍ଭ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା। ପରିବାର ପାଇଁ ଅର୍ଥ ଯୋଗାଡ କରିବା ବହୁତ କଷ୍ଟକର ଥିଲା।

{"id":234428,"sizeSlug":"large"}

ନିକଟରେ ମୋର ଔଷଧ ବାବଦରେ ୫୦୦୦ ଟଙ୍କା ଖର୍ଚ୍ଚ ହେଉଥିଲା, ମାତ୍ର ଏବେ ଜନ ଔଷଧି କେନ୍ଦ୍ରରୁ ଔଷଧ ୧୫୦୦ ଟଙ୍କାରେ ମିଳି ଯାଉଛି। ଏବେ ମୁଁ ଚାଲିବାକୁ ସକ୍ଷମ ଏବଂ ବଞ୍ଚୁଥିବା  ଅର୍ଥରୁ ନିଜ ପାଇଁ ଫଳ କିଣିବା ସହିତ କିଛି ସଞ୍ଚୟ ମଧ୍ୟ କରି ପାରୁଛି।  ମହିଳା କହିଛନ୍ତି ଯେ, ମୁଁ ଈଶ୍ଵରଙ୍କୁ ତ ଦେଖିନାହିଁ ମାତ୍ର ଆପଣଙ୍କୁ ଦେଖିଛି। ଏହା ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବ ବିହ୍ଵଳ ହୋଇ ପଡିଥିଲେ।

ଉଲ୍ଲେଖଯୋଗ୍ୟ, ଜନ ଔଷଧି କେନ୍ଦ୍ର କିମ୍ବା ପିଏମବିଜେପି ଷ୍ଟୋରରୁ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦିଆଯାଉଛି। ବଜାର ତୁଳଣାରେ ଏଠାରୁ ୫୦ ରୁ ୯୦ ପ୍ରତିଶତ ଶସ୍ତା ଦରରେ ଔଷଧ ମିଳି ପାରୁଛି। ସମଗ୍ର ଦେଶରେ ମାର୍ଚ୍ଚ ୭ ତାରିଖକୁ ଜନ ଔଷଧି ଦିବସ ଭାବେ ପାଳନ  କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.