୪ବର୍ଷ ୭ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୯୨ଟି ବିଦେଶ ଗସ୍ତ : ଖର୍ଚ୍ଚ ହୋଇଛି ୨୦୨୧କୋଟି ଟଙ୍କା

Published By : Prameya-News7 Bureau | December 29, 2018 IST

ଦିଲ୍ଲୀ ୨୯/୧୨ : ଗତ ୪ ବର୍ଷ ୭ ମାସ ହେବ ଶାସନରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ପାଖାପାଖି ୨୨ କୋଟି ଟଙ୍କା | ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ମୋଦି ୯୨ଟି ଦେଶ ଭ୍ରମଣ କରି ସାରିଛନ୍ତି | ଯେଉଁଥିପାଇଁ ଏବେ ଯାଏଁ ଖର୍ଚ୍ଚ ହୋଇଛି ୨୦୧୧ କୋଟି ଟଙ୍କା | ଏହି ଖର୍ଚ୍ଚରେ ସାମିଲ ଅଛି ପ୍ରଧାନମନ୍ତ୍ରୀଙ୍କ ବିମାନ ଖର୍ଚ୍ଚ, ବିମାନର ରକ୍ଷଣା ବେକ୍ଷଣ ଏବଂ ବିମାନରେ ମିଳୁଥିବା ହଟଲାଇନ ସୁବିଧା | ବୈଦେଶିକ ରାଜ୍ୟମନ୍ତ୍ରୀ ବି.କେ.ସିଂ ଏନେଇ ଗତକାଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି |

{"id":68385}


ଆସନ୍ତା ନିର୍ବାଚନ ପୂର୍ବରୁ ଯଦି ସେ ଆଉ ଦୁଇଟି ଦେଶ ଗସ୍ତ କରନ୍ତି ତାହେଲେ ଦେଶର ସର୍ବାଧିକ ବୈଦେଶିକ ଦେଶ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀଙ୍କ ତାଲିକାରେ ମୋଦି ହେବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି | ଏହା ପୂର୍ବରୁ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୧୩ ଦେଶ ଗସ୍ତ କରି ପ୍ରଥମ ସ୍ଥାନରେ ଅଛନ୍ତି | ମୋଦି ତାଙ୍କର ୪୭ ବର୍ଷ=ର ଶାସନ କାଳରେ ୯୨ ଦେଶ ଗସ୍ତ କରିଥିବାବେଳେ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ୧୫ ବର୍ଷର ଶାସନ କାଳରେ ୧୧୩ ଦେଶ ଗସ୍ତ କରି ପ୍ରଥମ ସ୍ଥାନ ହାସଲ କରିଥିଲେ | ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୦ ବର୍ଷ ଶାସନ କାଳରେ ୯୩ଟି ଦେଶ ଗସ୍ତ କରିଥିଲେ | ଯେହେତୁ ମୋଦି ଏବେ ଶାସନରେ ଅଛନ୍ତି ଏବଂ ନିର୍ବାଚନ ପୂର୍ବରୁ ସେ ଅନ୍ୟ ଦେଶ ଗସ୍ତ କରିପାରନ୍ତି, ସେଥିପାଇଁ ତାଙ୍କ ନାଁ ଦ୍ୱିତୀୟ ସ୍ଥାନରେ ରହିବ ବୋଲି କୁହାଯାଉଛି |

{"id":68386,"width":590,"height":310}


ବି.କେ.ସିଂ ସେହି ୧୦ଟି ଦେଶ ସମ୍ପର୍କରେ କହିଛନ୍ତି ଯେଉଁ ଦେଶ ଗସ୍ତ ପରେ ଦେଶକୁ ବିଦେଶୀ ପ୍ରତ୍ୟେକ୍ଷ ନିବେଶର ଲାଭ ହୋଇଥିଲା | ଗତ ୪ ବର୍ଷ ମଧ୍ୟରେ ୩୦୯୩ କୋଟିରୁ ବୃଦ୍ଧି ପାଇ ୪୩୪୭ କୋଟି ଟଙ୍କାରେ ପହଂଚିଛି |

{"id":68388}


ସୂଚନାଯୋଗ୍ୟ ଯେ, ୨୦୧୪ ମସିହା ମେ ମାସରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୪୮ ବିଦେଶ ଯାତ୍ରା କରି ୫୫ଟି ଦେଶ ଗସ୍ତ କରିଛନ୍ତି | ଯେଉଁଥିରେ କେତେକ ଦେଶରେ ଏକାଧିକ ଗସ୍ତ ସାମିଲ ଅଛି | ୨୦୧୪ ମସିହା ଜୁନ ମାସରୁ ୨୦୧୮ ମସିହା ଡିସେମ୍ବର ପର୍ଯ୍ୟନ୍ତ ମୋଦିଙ୍କ ଚାର୍ଟାଡ଼ ବିମାନରେ ଖର୍ଚ୍ଚ ହୋଇଛି ୪୨୯.୨୫ କୋଟି ଟଙ୍କା, ହଟଲାଇନ ସୁବିଧାରେ ଖର୍ଚ୍ଚ ହୋଇଛି ୯.୧୧ କୋଟି ଟଙ୍କା |

{"id":68387}


ଅପରପକ୍ଷରେ ଗତ ସାଢେ ୪ ବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନାର ପ୍ରଚାରରେ ବିଜେପି ସରକାର ୫୨୪୬ କୋଟି ଟଙ୍କା ଖର୍ଚ୍ଚ କରିଛି | ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂ ରାଥୋଡ ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି | ତାଙ୍କ ସୂଚନା ଅନୁସାରେ ମୋଦି ସରକାରଙ୍କ ଶାସନ କାଳରେ ଇଲେକ୍ଟ୍ରୋନିକ ଅଡିଓ ଭିଜୁଆଲ ଜରିଆରେ ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୨୩୨୩ କୋଟି ଟଙ୍କା | ଏପଟେ ପ୍ରିଣ୍ଟ ମିଡ଼ିଆ ଜରିଆରେ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଛି ୨୨୮୨ କୋଟି ଟଙ୍କା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.