ଫ୍ରାନ୍ସ ଗସ୍ତ ବେଳେ ପାକିସ୍ତାନ ଉପରେ ଉଡ଼ାଣ ଭରିଥିଲେ ପିଏମ ମୋଦି, ପଡ଼ୋଶୀ ଦେଶ ଭିତରେ ପଶିଲା ଛନକା...

Published By : Prameya-News7 Bureau | August 23, 2019 IST

ଫ୍ରାନ୍ସ୨୩|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଦେଶ ଗସ୍ତରେ ଯାଇଛନ୍ତି।ଗୁରୁବାର ଦିନ ପିଏମ ମୋଦି ଫ୍ରାନ୍ସରେ ପହଞ୍ଚିଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମୈନୁଅଲ ମୈକ୍ରୋନଙ୍କ ସହ ମୋଦି ସାକ୍ଷାତକରି ଉଭୟ ଦେଶ ସଂପର୍କରେ ଆଲୋଚନା କରିଛନ୍ତି।ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ସାକ୍ଷାତ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ହୋଇଛି।

ପାକିସ୍ତାନରେ ଚର୍ଚ୍ଚା ହେଉଥିବା କଥା ଅନୁସାରେ, ଏୟାର ଇଣ୍ଡିଆ ଓ୍ବାନରେ ମୋଦି ଫ୍ରାନ୍ସ ଗସ୍ତ କରିଥିଲେ। ଏୟାର ଇଣ୍ଡିଆ ଓ୍ବାନ ପାକିସ୍ତାନ ବାୟୁସୀମା ଦେଇ ଯାତ୍ରା କରିଥିଲା  ବୋଲି ଚର୍ଚ୍ଚା ହେଉଛି।ପାକିସ୍ତାନ ମିଡିଆରେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଫ୍ରାନ୍ସ ଗସ୍ତ କରିବା ପାଇଁ ପାକିସ୍ତାନର  ଏୟାରସ୍ପେସକୁ ବ୍ୟବହାର କରି ମୋଦି ଯାତ୍ରା କରିଥିଲେ।

ତିନୋଟି ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ଯାଇଛନ୍ତି। ଏହି ଖବରକୁ ପାକିସ୍ତାନ ମିଡିଆରେ ଘନ ଘନ ପ୍ରସାରଣ କରାଯାଉଛି। ଫ୍ରାନ୍ସ ବ୍ୟତୀତ ଆଉ ଦୁଇଟି ଦେଶକୁ ମଧ୍ୟ ମୋଦି ଗସ୍ତ କରବେ। ୟୁଏଇ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି ସେଠାର  ସର୍ବୋଚ୍ଚ ନାଗରିକ ସମ୍ମାନ ବା ଅର୍ଡର ଅଫ୍ ଜାୟଦ(order of zayed)ରେ ସମ୍ମାନିତ ହେବେ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଫ୍ରେବୃଆରି ୧୪ ତାରିଖରେ ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ ଉପରେ ଭାରତ ସର୍ଜିକାଲ ଏୟାରଷ୍ଟ୍ରାଇକ କରିଥିଲା। ଭାରତୀୟ ବାୟୁସେନାଙ୍କ ଆକ୍ରମଣରେ ବହୁ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।ସର୍ଜିକାଲ ଏୟାରଷ୍ଟ୍ରାଇକ ପରଠାରୁ ଭାରତୀୟ ବିମାନ ପାଇଁ ପାକିସ୍ତାନ ତାର ଏୟାରସ୍ପେସ ଉପରେ କଟକଣା ଲଗାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.