Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

ରେଲୱେ ଇତିହାସରେ ପ୍ରଥମଥର ଏକାଥରେ ଗୋଟିଏ ସ୍ଥାନକୁ ୮ଟି ଟ୍ରେନର ଶୁଭାରମ୍ଭ କଲେ ମୋଦି

17/01/2021 at 12:58 PM

ନୂଆଦିଲ୍ଲୀ ୧୭/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ମକ୍ଷେତ୍ର ବାରାଣାସୀରୁ ତାଙ୍କ ଗୃହ ରାଜ୍ୟ ଗୁଜରାଟ କେବଡିୟାକୁ ଯୋଡିବା ପାଇଁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ମୋଦି ନିଜେ ଜାନୁଆରୀ ୧୭ ତାରିଖରେ ଏହାର ଶୁଭାରମ୍ଭ କରିଛନ୍ତି। ରବିବାର ଦିନ ମୋଦି ଗୁଜରାଟ କେବଡିୟା ସ୍ଥିତ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ସବୁଠାରୁ ଉଚ୍ଚତମ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୂନିଟି ଯାଏଁ ଯିବାଆସିବା ପାଇଁ ୮ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି। ଦଭୋଇ-ଚାନଚୋଡ୍ ଗେଜ୍ ପରିବର୍ତ୍ତନ, ଚାନଚୋଡ୍-କେଭାଡିଆ ଗେଜ୍ ପରିବର୍ତ୍ତନ ନବନିର୍ମିତ ପ୍ରତାପନଗର-କେଭାଡିଆ ବିଭାଗକୁ ବିଦ୍ୟୁତକରଣ କରି ଦଭୋଇ-ଚାନଚୋଡ୍ ଏବଂ କେଭାଡିଆ ଷ୍ଟେସନରେ ନୂତନ ଅଟ୍ଟାଳିକା ଉଦଘାଟନ କରିଛନ୍ତି।

ଏହିସବୁ ଟ୍ରେନ କେବଡିୟାକୁ ବାରାଣାସୀ, ଦାଦର, ଅହମଦାବାଦ, ହଜରତ ନିଜାମୁଦ୍ଦିନ, ରିବା, ଚେନ୍ନାଇ ଓ ପ୍ରତାପନଗର ସହ ଯୋଡିବ। ଏହି ପ୍ରକଳ୍ପ ଯୋଗୁଁ ନିକଟବର୍ତ୍ତୀ ଅଞ୍ଚଳରେ ବିକାଶମୂଳା କାର୍ଯ୍ୟ ହେବ, ନର୍ମଦା ନଦୀ ତଟରେ ଅବସ୍ଥିତ ଧାର୍ମିକ ଓ ପ୍ରାଚୀନ ତୀର୍ଥସ୍ଥଳୀ ମଧ୍ୟ ସମ୍ପର୍କ ସ୍ଥାପନ ହୋଇପାରିବ। ଘରୋଇ ଓ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ଏହି ଅଞ୍ଚଳ ସାମାଜିକ-ଆର୍ଥିକ ବିକାଶ ପାଇଁ ମହତ୍ତ୍ୱପୂର୍ଣ୍ଣ ପ୍ରମାଣିତ ହେବ।

ଟ୍ରେନ ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରେଲୱେ ଇତିହାସରେ ସମ୍ଭବତଃ ପ୍ରଥମଥର ଦେଶର ବିଭିନ୍ନ କୋଣରୁ ଗୋଟିଏ ଜାଗାକୁ ଏତେ ଟ୍ରେନର ଶୁଭାରମ୍ଭ ହୋଇଛି।

ଆମେରିକା ସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ନେଇ ମୋଦି କହିଛନ୍ତି, କେବଡିୟାରେ ଷ୍ଟାଚ୍ୟୁ ଅଫ୍ ୟୂନିଟି ଦେଖିବାକୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟିରୁ ବି ଅଧିକ ପର୍ଯ୍ୟଟକ ଆସୁଛନ୍ତି। ଲୋକାର୍ପଣ ପରେ ପାଖାପାଖି ୫୦ ଲକ୍ଷ ପର୍ଯ୍ୟଟକ ଷ୍ଟାଚ୍ୟୁ ଅଫ୍ ୟୂନିଟି ଦେଖିବାକୁ ଆସିଛନ୍ତି।

ମୋଦି କହିଛନ୍ତି, କେବଡିୟା ଏମିତି ଏକ ଜାଗା ଯାହା ଏକ ଭାରତ-ଶ୍ରେଷ୍ଠ ଭାରତର ପରିଚୟ ଦେଇଥାଏ। ଦେଶର ଏକୀକରଣ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି, ସର୍ଦ୍ଦାର ସରୋବର ଡ୍ୟାମରେ ଅବସ୍ଥିତ।

ସେ କହିଛନ୍ତି କେବଡିୟା ଗୁଜରାଟର ସୁଦୂର ଅଞ୍ଚଳରେ ଥିବା ଏକ ବ୍ଲକ ହୋଇ ଆଉ ରହିନାହିଁ। ବରଂ ବିଶ୍ୱର ସବୁଠାରୁ ବଡ ପର୍ଯ୍ୟଟକ କ୍ଷେତ୍ର ଭାବେ ଆଗକୁ ଆସିଛି। ସଠିକ ଯୋଜନା ହିସାବରେ ପରିବେଶ ସୁରକ୍ଷା କରି ଉଭୟ ଅର୍ଥନୀତି ଓ ଇକୋଲୋଜିର ବିକାଶ କରାଯାଇପାରିବ, କେବଡିୟା ଏହାର ସର୍ବୋତ୍ତମ ଉଦାହରଣ।

   Related Posts