Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦୁର୍ଗା ପୂଜାରେ ପାରମ୍ପରିକ ବଙ୍ଗାଳୀ ପୋଷାକରେ ନଜର ଆସିବେ ପିଏମ ମୋଦି, ପଶ୍ଚିମବଙ୍ଗରେ ୧୦ଟି ପୂଜା ମଣ୍ଡପର କରିବେ ଉଦଘାଟନ

20/10/2020 at 3:11 PM

ନୂଆଦିଲ୍ଲୀ ୨୦/୧୦: ଆଉ ଦିନ କେଇଟା ପରେ ଦୁର୍ଗା ପୂଜା। ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଥିବା ପଶ୍ଚିମବଙ୍ଗରେ ପୂଜା ପ୍ରସ୍ତୁତି କରୋନା ପାଇଁ ନିରାଡମ୍ବର ଭାବେ ଚାଲିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥର ଥର ପାଇଁ ପଶ୍ଚିମବଙ୍ଗର ୧୦ଟି ପୂଜା ମଣ୍ଡପର ଉଦଘାଟନ କରିବେ। ପିଏମ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅକ୍ଟୋବର ୨୨ ଅର୍ଥାତ ଷଷ୍ଠି ଦିନ ଏହାକୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ‘ପୂଜା କି ବାତ୍’ । ଏଥିରେ ମୋଦି ପାରମ୍ପରିକ ବେଶପୋଷାକରେ ନଜର ଆସିବେ। ସେ ସର୍ବଦା ଭାରତୀୟ ବେଶ ପୋଷାକ ପାଇଁ ଚର୍ଚାରେ ରହୁଥିବା ବେଳେ ଏଥର କିନ୍ତୁ ପ୍ରଥମ ଥର ବଙ୍ଗାଳୀ ପାରମ୍ପରିକ ପୋଷାକରେ ନଜର ଆସିବେ।

ଯେଉଁ ଦଶଟି ପୂଜା ମଣ୍ଡପ ଉଦଘାଟନ କରିବେ ତାହା କଲିକତା ତଥା ଆଖପାଖ ଇଳାକାର ପୂଜା ମଣ୍ଡପ। ସେହି ଦିନ ତାଙ୍କ ଭାଷଣ ବଙ୍ଗାଳି ଲୋକଙ୍କ ପାଇଁ ଉତ୍ସର୍ଗ ହେବ ବୋଲି କୁହାଯାଉଛି। ପଶ୍ଚିମବଙ୍ଗରେ ଷଷ୍ଠି ଦିନର ଖୁବ ମହତ୍ବ ରହିଛି। ଏଣୁ ପିଏମଙ୍କ ସମ୍ବୋଧନ ଓ ଉଦଘାଟନକୁ ଏହି ଦିନ ପାଇଁ ମନୋନୀତ କରାଯାଇଛି।

ମୋଦିଙ୍କ ସହ ଦୁର୍ଗା ପୂଜା କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ମଧ୍ୟ ତାଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଏହାର ପ୍ରସ୍ତୁତି ରାଜ୍ୟ ବିଜେପି ମହିଳା ମୋର୍ଚା ଦ୍ବାରା ଆୟୋଜିତ ହେଉଛି। କାର୍ଯ୍ୟକ୍ରମ ଉଦଘାଟନ ପାଇଁ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ତଥା ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ଓ ତାଙ୍କ ଟିମକୁ ଆମନ୍ତ୍ରଣ କରାଯାଇଛି।

   Related Posts