ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | April 26, 2019 IST

ବାରଣାସୀ ୨୬/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ମୋଦି ଲଗାତାର ଦ୍ୱିତୀୟଥର ପାଇଁ ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ୨୦୧୪ ଲୋକସଭା ନିର୍ବାଚନ ବେଳେ ମଧ୍ୟ ବାରଣାସୀ ଆସନରୁ ଜିତି ସଂସଦକୁ ଯାଇଥିଲେ ଏବଂ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ | ମୋଦି ଡିଜେଲ ରେଳ ଇଂଜିନ କାରଖାନାରେ ରାତ୍ରି ବିଶ୍ରାମ ନେଇ ସକାଳେ ଏକ ହୋଟେଲରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ | ଏହାପରେ ମୋଦି କଷି କୋତବାଲ ବାବା କାଳ ଭୈରବଙ୍କୁ ଦର୍ଶନ କରିଥିଲେ | ଏହାପରେ ମୋଦି ନିଜର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ | ସକାଳ ୧୧.୪୦ ମିନିଟରେ ମୋଦି ବିଜେପି ଅଧିକାରୀ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କୁ ଦେଇଥିଲେ |

{"id":107457}


ସକାଳ ସାଢେ ୧୦ଟା ବେଳେ କୋତବାଲ ବାବା କାଳ ଭୈରବ ମନ୍ଦିର ଯାଇଥିଲେ | ମନ୍ଦିର ପରିସରରେ ମୋଦିଙ୍କୁ ତୁଳସୀ ମାଳା ପିନ୍ଧାଇ ତାଙ୍କର ସ୍ୱାଗତ କରାଯାଇଥିଲା | ମୋଦିଙ୍କ ନାମାଙ୍କନ ବେଳେ ପ୍ରକାଶ ସିଂହ ବାଦଲ, ଅମିତ ଶାହ, ଜେପି.ନଡ୍ଡା, ନୀତିଶ କୁମାର, ପିୟୁଷ ଗୋୟଲ, ପାଣିର ସେଲଭମ, ଉଦ୍ଧବ ଠାକରେ, ନିତିନ ଗଡ଼କରୀ ଏବଂ ସୁଷମା ସ୍ୱରାଜ ଉପସ୍ଥିତ ଥିଲେ |

wp:core-embed/twitter {"url":"https://twitter.com/i/status/1121657955529584645","type":"rich","providerNameSlug":"twitter","className":""}
https://twitter.com/i/status/1121657955529584645
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.