ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ ତାଙ୍କ ପରିବାର ସଦସ୍ୟ ; ମିଳିନାହିଁ ଆମନ୍ତ୍ରଣ

Published By : Prameya-News7 Bureau | May 30, 2019 IST

ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିବେ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଦେଶ ଦୁନିଆରୁ ୬ ହଜାର ଅତିଥିରେ ଆମନ୍ତ୍ରିତ ହୋଇଛନ୍ତି । କିନ୍ତୁ ମୋଦିଙ୍କ ନିଜ ପରିବାରକୁ ହିଁ ଆମନ୍ତ୍ରଣ କରାଯାଇନାହିଁ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ତାଙ୍କ ପରିବାରର କୌଣସି ସଦସ୍ୟ ସାମିଲ ହେବେନାହିଁ ।

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ ବସନ୍ତୀ ବେନ ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ପରିବାରର କୌଣସି ସଦସ୍ୟଙ୍କୁ ଆମନ୍ତ୍ରିତ କରାଯାଇନାହିଁ । ଏହା ପୂର୍ବରୁ ୨୦୧୪ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ ସେତେବେଳେ ମଧ୍ୟ ସମାରୋହରେ ପରିବାର କୌଣସି ସଦସ୍ୟ ସାମିଲ ହୋନଥିଲେ ।

{"id":117686}

ବସନ୍ତୀ ବେନ କହିଛନ୍ତି ଯେ, ଭାଇ ଭଉଣୀ ମଧ୍ୟରେ ଭାବନା ଥାଏ । ସେ ଭାଇକୁ ରାକ୍ଷୀ ପଠାନ୍ତି । ସେ ସବୁବେଳେ ଭାଇଙ୍କ ପାଇଁ ଭଲ ଚିନ୍ତା କରନ୍ତି । ସେ ଆଗକୁ ବଢିବା ନେଇ ସବୁବେଳେ ଭଗବାନଙ୍କ ପାଖରେ କାମନା  କରନ୍ତି । ଜଣେ ଗରିବ ପରିବାର ପୁଅ ଆଗକୁ ବଢିଛି । ଜନତା ତାଙ୍କ ସାଥିରେ ଅଛନ୍ତି । ସେଥିପାଇଁ ସେ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋଦିଙ୍କ ଜୀବନ ଦେଶ ପାଇଁ ସମର୍ପିତ ବୋଲି ସେ କହିଛନ୍ତି ।

ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି କହିଛନ୍ତି ଯେ, ଜନତା ନରେନ୍ଦ୍ର ଭାଇଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ବିଜୟୀ କରାଇଛି । ସେଥିପାଇଁ ଦେଶ ପ୍ରତି ନରେନ୍ଦ୍ର ମୋଦିଙ୍କ ଦାୟିତ୍ୱ ଆହୁରି ବଢିଯାଇଛି ବୋଲି ସେ କହିଛନ୍ତି ।

{"id":117689}

ସୂଚନାଯୋଗ୍ୟ ଯେ, ସନ୍ଧ୍ୟା ୭ଟା ସମୟରେ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥ ଗ୍ରହଣ କରିବେ । ଏହି ସମାରୋହ ପାଖାପାଖି ୯୦ ମିନିଟ ଯାଏଁ ଚାଲିବ । ଏଥିପାଇଁ ବିଭିନ୍ନ ଦେଶର ନେତା, ଫିଲ୍ମ କଳାକାର, ଖେଳାଳିମାନଙ୍କୁ ଆମନ୍ତ୍ରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.