ଗଙ୍ଗାଘାଟ ସିଡି ଚଢିବା ବେଳେ ଝୁଣ୍ଟିପଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୋସିଆଲ ମିଡିଆରେ video viral

Published By : Prameya-News7 Bureau | December 14, 2019 IST

କାନପୁର ୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗଙ୍ଗାଘାଟ ସିଡି ଚଢୁଥିବା ବେଳେ ଅଚାନକ ଝୁଣ୍ଟିବା ଯୋଗୁ ମୁହଁମାଡି ତଳେ ପଡିଯାଇଛନ୍ତି। ଦୂରଦର୍ଶନରେ ଲାଇଭ ହେଉଥିବା କାର୍ଯ୍ୟକ୍ରମର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗଙ୍ଗା ପରିମଳ ଲାଗି 'ନମାମୀ ଗଙ୍ଗେ' ପ୍ରକଳ୍ପର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର କାନପୁର ଗସ୍ତରେ ଥିବା ବେଳେ ଏହି ଅଘଟଣ ଘଟିଛି। ସେ ଅଟଳ ଘାଟରେ ସିଡି ଚଢୁଥିବା ବେଳେ ପଡିଯାଇଥିଲେ।

wp:html /wp:html

ଏଥିଲାଗି ଆୟୋଜିତ ବୈଠକ ପ୍ରାୟ ୨ ଘଣ୍ଟା କାଳ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଆଗାମୀ ପର୍ଯ୍ୟାୟରେ ହେବାକୁ ଥିବା ନୂଆ ଆକ୍ସନ ପ୍ଲାନ ନେଇ ଆଲୋଚନା କରିଥିଲେ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବି ନିଆଯାଇଥିଲା। ବୈଠକ ପରେ ପ୍ରଧାନମନ୍ତ୍ରୀ ଷ୍ଟିମର ଯୋଗେ ଗଙ୍ଗା ନଦୀକୁ ଯାଇ ପରିମଳ ବ୍ୟବସ୍ଥା ନିରୀକ୍ଷଣ କରି ଅଟଳ ଘାଟରେ ଓହ୍ଲାଇଥିଲେ। ଘାଟରୁ ସିଡିରେ ଚଢି ପ୍ରଧାନମନ୍ତ୍ରୀ ଉପରକୁ ଆସୁଥିବା ବେଳେ ଅଚାନକ ଶେଷ ପାହାଚ ନିକଟରେ ଝୁଣ୍ଟିପଡିଥିଲେ। ସାଙ୍ଗରେ ଚାଲୁଥିବା ସୁରକ୍ଷା କର୍ମୀମାନେ କିଛି ବୁଝିବା ଆଗରୁ ମୋଦି ବାମ ହାତରେ ଭରା ଦେଇ ତଳୁ ଉଠୁଥିବା ବେଳେ ସେମାନେ ତାଙ୍କୁ ସମ୍ଭାଳି ନେଇଥିଲେ।

{"id":197740,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ଗଙ୍ଗା ପରିଷଦ ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, କେନ୍ଦ୍ର ଜଳ ଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଓ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରମୁଖ ଯୋଗଦେଇଥିଲେ। ତେବେ ବୈଠକକୁ ଆମନ୍ତ୍ରିତ ଥାଇ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଯୋଗଦେଇନଥିଲେ। ବୈଠକ ପରେ ଉତ୍ତରପ୍ରଦେଶମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏକ ଟ୍ୱିଟ୍ ବାର୍ତ୍ତାରେ 'ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ଗଙ୍ଗା ସ୍ୱଚ୍ଛତାର ସାଂସ୍କୃତିକ ଯଜ୍ଞ ଚାଲିଥିବା' ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.