ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସାକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତିତ, ରାଜ୍ୟପାଳଙ୍କୁ କଲେ ଫୋନ୍

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ ୦୪।୦୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପ୍ରଚଣ୍ଡ ବିଜୟ ପରେ ରାଜ୍ୟରେ ହିଂସାତ୍ମକ ଘଟଣା ଜାରି ରହିଛି। ବିଜେପି ଅଭିଯୋଗ କରିଛି ଯେ, ଟିଏମସି କାର୍ଯ୍ୟକର୍ତ୍ତାଙ୍କ ହିଂସା କାରଣରୁ ନଅ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଛି। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ରିପୋର୍ଟ ମାଗିଛନ୍ତି। ଅନ୍ୟପଟେ ଆଜି ବିଜେପି  ଜାତୀୟ ସଭାପତି ଜେପି ନଡ୍ଡା  ପଶ୍ଚିମବଙ୍ଗ ଗସ୍ତ କରି ପୀଡିତ କାର୍ଯ୍ୟକର୍ତ୍ତାଙ୍କୁ ଦେଖା କରିବେ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପରେ ସଂଗଠିତ ହିଂସାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଫୋନ୍ କରି ଆଇନ ଶୃଙ୍ଖଳା ବିଷୟରେ  ଆଲୋଚନା କରିଛନ୍ତି।

wp:html /wp:html

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମଙ୍ଗଳବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫୋନ୍ କରି ହିଂସାକାଣ୍ଡକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଁ ଏହି ସଂପର୍କରେ ଅବଗତ କରାଇଛି। ରାଜ୍ୟରେ ହିଂସା, ଜଳାପୋଡା, ଲୁଟ୍‌ପାଟ୍ ଓ ହତ୍ୟାକାଣ୍ଡ ଜାରି ରହିଛି।  ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବା ଜରୁରୀ ବୋଲି ରାଜ୍ୟପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.