Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଦଶହରାରେ ରାବଣ ଜାଗାରେ ଜଳିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁତ୍ତଳିକା: ବିଜେପି କହିଲା, ‘ରାହୁଲ ଦ୍ୱାରା ନିର୍ଦେଶିତ ଲଜ୍ଜାଜନକ ଡ୍ରାମା’

26/10/2020 at 2:42 PM

ନୂଆଦିଲ୍ଲୀ ୨୬/୧୦ : ବିଜୟାଦଶମୀ ଅବସରରେ ପଞ୍ଜାବରେ ରାବଣ ପୋଡି ଉତ୍ସବରେ ରାବଣ ମୁହଁରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖା ଲଗାଇ ପଡିଥିବା ମାମଲା ବର୍ତ୍ତମାନ ସରଗରମ ହୋଇଛି। ଏହି ଘଟଣା ପଛରେ କଂଗ୍ରେସର ଷଡଯନ୍ତ୍ର ଥିବା ବିଜେପି କହିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ପଞ୍ଜାବରେ ଯାହା ହୋଇଛି ତାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସାରାରେ ହୋଇଛି। ଏହିଭଳି ଘଟଣା ଲଜ୍ଜାଜନକ ଓ ଅପ୍ରତ୍ୟାଶିତ ବୋଲି ନଡ୍ଡା କହିଛନ୍ତି।

ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରି କହିଥିଲେ ଯେ, ଗତକାଲି ପଞ୍ଜାବରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ।ପ୍ରଧାନମନ୍ତ୍ରୀଙ୍କ ପ୍ରତି ପଞ୍ଜାବର ଚାଷୀଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ଏହା ଏକ ଭୟଙ୍କର ଦୃଶ୍ୟ ଏବଂ ଦେଶ ପାଇଁ ମଧ୍ୟ ଭଲ ନୁହେଁ। ପ୍ରଧାନମନ୍ତ୍ରୀ ସେମାନଙ୍କ ପାଖକୁ ଯିବା ଉଚିତ, ତାଙ୍କ କଥା ଶୁଣିବା ଉଚିତ ଓ ତୁରନ୍ତ ରିଲିଫ ଦେବା ଉଚିତ ବୋଲି ରାହୁଲ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ଦିନ ପଞ୍ଜାବରେ କିଛି ଲୋକ ରାବଣ ମୁହଁରେ ମୋଦିଙ୍କ ମୁଖା ଲଗାଇ ତାକୁ ପଡ଼ିଥିଲେ। ଘଟଣାର ସୂଚନା ମିଳିବ ପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁତ୍ତଳିକା ପୋଡାଯାଇଥିବା ନିହାତି ଲଜ୍ଜାଜନକ ଡ୍ରାମା ରାହୁଲ ଗାନ୍ଧୀଙ୍କ ଦ୍ୱାରା ନିର୍ଦେଶିତ। ରାହୁଲ ଗାନ୍ଧୀଙ୍କ ଠାରୁ ସେ ଏହିଭଳି ଆଶା କରିନଥିଲେ ବୋଲି କହିଛନ୍ତି।

ସେ କହିଛନ୍ତି ଯେ, ନେହରୁ ଓ ଗାନ୍ଧୀ ପରିବାର କେବେ ବି ପ୍ରଧାନମନ୍ତ୍ରୀ ପଦବୀର ଆଦର ସମ୍ମାନ କରିନାହାନ୍ତି। ୨୦୦୪-୨୦୧୪ ମସିହା ମଧ୍ୟରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ୟୁପିଏ ଶାସନକାଳରେ ପ୍ରଧାନମନ୍ତ୍ରୀ ପଦବୀକୁ ସଂସ୍ଥାଗତ ତରିକାରେ ଦୁର୍ବଳ କରାଯାଇଥିଲା।

   Related Posts