Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋରା ହେବା ପାଇଁ ଖାଉଛନ୍ତି ଏହି ଛତୁ ! ଜାଣନ୍ତୁ କେତେ ଦାମ

6/10/2019 at 12:39 PM

ନୂଆଦିଲ୍ଲୀ୬|୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷାକ ପରିଧାନ ଓ ଖାଦ୍ୟପେୟ ଉପରେ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ। ୬୯ ବର୍ଷରେ ବି ନରେନ୍ଦ୍ର ମୋଦି ସବୁବେଳେ ଫିଟ୍ ରହିଥାନ୍ତି। ତାଙ୍କର ରାଜନୈତିକ ଓ ବ୍ୟକ୍ତିଗତ ଜୀବନରେ ମୋଦି ସବୁବେଳେ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି।

ନରେନ୍ଦ୍ର ମୋଦିଙ୍କ ଜୀବନ ସହ ଜଡିତ ଏମିତି କିଛି କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ହୁଏତ ଆପଣ ଜାଣି ନଥିବେ। ଅଳ୍ପେଶ୍‌ ଠାକୋର ନରେନ୍ଦ୍ର ମୋଦିଙ୍କ ଖାଦ୍ୟପେୟ ଉପରେ ପ୍ରଶ୍ନ କରି କହିଛନ୍ତି, ପୂର୍ବରୁ ନରେନ୍ଦ୍ର ମୋଦି ଏତେ ଗୋରା ନଥିଲେ। ତାଙ୍କର ୩୫ ବର୍ଷ ତଳର ପୁରୁଣା ଫଟୋ ଦେଖିଲେ ମୋଦି ତାଙ୍କ ଭଳି ଦେଖାଯିବେ ବୋଲି ଅଲ୍ପେଶ କହିଥିଲେ।

ଅଲ୍ପେଶଙ୍କ ପ୍ରତିକ୍ରିୟା  ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କଥା ସାମ୍ନାକୁ ଆସିବାକୁ ଲାଗିଲା। ନରେନ୍ଦ୍ର ମୋଦି ଗୋରା ହେବା ପାଇଁ ଏକ ବିରଳ ଛତୁ( ମସରୁମ) ଖାଉଛନ୍ତି। ଏପରିକି ସୋସିଆଲ ମିଡିଆରେ ଛତୁ ଓ ମୋଦିଙ୍କୁ ନେଇ  ବିଭିନ୍ନ ପ୍ରକାର କଥା ଉଠିଥିଲା। ଏପରିକି ମୋଦି ଯେଉଁ ଛତୁ ଖାଉଥିଲେ ସେଗୁଡିକ ତାଇଓ୍ବାନରୁ ଆସୁଛି ଏବଂ ଗୋଟିଏ ଛତୁର ମୂଲ୍ୟ ୪ ଲକ୍ଷ ଟଙ୍କା ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ତାଇଓ୍ବାନରୁ ଆସୁଥିବା ଏହି ଛତୁର ନାଁ ଟ୍ରଫ୍ଲସ। ଏହା ଶରୀର ପାଇଁ ବେଶ ଲାଭଦାୟକ ସହ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ ଓ ପ୍ରୋଟିନ ମିଳିଥାଏ। ତେବେ ବାସ୍ତବରେ ଗୋରା ହେବା ପାଇଁ ମୋଦୀ ଏହି ଛତୁ ଖାଉଥିବାନେଇ କୌଣସି ପ୍ରମାଣ ମିଳିନାହିଁ । ସମ୍ବବତଃ ଏହା ସୋସିଆଲ ମିଡିଆର ଏକ ଗସିପ ବୋଲି କୁହାଯାଇପାରେ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ସନ୍ତୁଳିତ ଜୀବନ ଯାପନ କରିଥାନ୍ତି । ଯୋଗ, ବ୍ୟାୟାମ, ଓପାସ ଆଦି ବିଭିନ୍ନ କଥାଯୋଗୁଁ ସେ ସୁସ୍ଥ ଓ ସତେଜ ରହନ୍ତି । ତାଙ୍କ ସ୍କିନ ମଧ୍ୟ ତାଙ୍କ ଜୀବନଶୈଳୀ ଅନୁସାରେ ପରିସ୍କାର ଓ ତୋଫା ହେବା ସ୍ବଭାବିକ ।  

   Related Posts