ପ୍ରଧାନମନ୍ତ୍ରୀଙ୍କୁ ଦୈନନ୍ଦିନ ଖର୍ଚ୍ଚ ପାଇଁ ପିଏମଓରୁ ମିଳେ ବଜେଟ୍ କିନ୍ତୁ ନିଅନ୍ତିନି ମୋଦି, ନିଜ ଦରମାରୁ କରନ୍ତି ଖର୍ଚ୍ଚ

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭/୦୯ : ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୧ ବର୍ଷ ପୁରିଛି। ଏହି ଅବସରରେ ମୋଦିଙ୍କ ଜୀବନ ସହ ଜଡିତ ୩ଟି କଥା ଜାଣନ୍ତୁ ଯାହା ସମ୍ଭବତଃ କେହି ଜାଣିନଥିବେ।

ପିଏମଓ ବଜେଟ ଦେଇଥାଏ କିନ୍ତୁ ମୋଦି ନିଅନ୍ତିନି, ନିଜ ଦରମାରେ କିଣନ୍ତି ଏସବୁ ଜିନିଷ

ମୋଦିଙ୍କର ଦୈନିକ ଖର୍ଚ୍ଚ କେତେ ? ଏହି ବଜେଟ କେଉଁଠୁ ଆସେ ? ଏକ ଉଚ୍ଚ ପଦସ୍ଥ ସୂତ୍ରରୁ ଜଣାପଡିଛି ଯେ ମୋଦି ନିଜ ବ୍ୟକ୍ତିଗତ ଆବଶ୍ୟକତାର କୌଣସି ଜିନିଷ ପାଇଁ ପିଏମଓରୁ ମିଳୁଥିବା ଫଣ୍ଡ ବ୍ୟବହାର କରନ୍ତି ନାହିଁ। ପିଏମଓଙ୍କ ଏହି ଫଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଦୈନନ୍ଦିନ ଜୀବନର ଆବଶ୍ୟକ ପଡୁଥିବା ସବୁ ଜିନିଷର ବ୍ୟବସ୍ଥା ଥାଏ। ଠିକ ଏହିଭଳି ବ୍ୟବସ୍ଥା ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ରହିଥାଏ। କିନ୍ତୁ ମୋଦି ଏସବୁ ଖର୍ଚ୍ଚ ନିଜ ଦରମାରୁ ବହନ କରନ୍ତି।

{"id":513159,"sizeSlug":"full","linkDestination":"none"}

ଜରୁରୀ ଜିନିଷଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବ୍ୟକ୍ତିଗତ କର୍ମଚାରୀ ମାସରେ ଦୁଇଥର ଆସନ୍ତି

ଏହା ସ୍ପଷ୍ଟ ହୋଇଗଲା ଯେ ମୋଦି ନିଜ ଖର୍ଚ୍ଚ ନିଜ ଦରମାରୁ ବହନ କରନ୍ତି। ତେବେ ବ୍ୟବସ୍ଥା କିଏ କରେ ? ସୂତ୍ର ଅନୁଯାୟୀ, ମାସକୁ ଦୁଇଥର ମୋଦିଙ୍କର ଜଣେ ବିଶ୍ଵସ୍ଥ ବ୍ୟକ୍ତିଗତ କର୍ମଚାରୀ ଆସିଥାନ୍ତି। ଏହି କର୍ମଚାରୀଙ୍କୁ ମଧ୍ୟ ମୋଦି ନିଜେ ଦରମା ଦେଇଥାନ୍ତି। ତେବେ ମୋଦିଙ୍କ ଏହି ବିଶ୍ଵସ୍ଥ କର୍ମଚାରୀ କିଏ ତାହା ଜଣାପଡିନାହିଁ। ତେବେ ଏତିକି ଜଣାପଡିଛି ଯେ ଏହି ବିଶ୍ଵସ୍ଥ କର୍ମଚାରୀ ମୋଦିଙ୍କ ସହ ସେବେଠାରୁ ଅଛନ୍ତି ଯେତେବେଳେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ଏବେ ସେ ମୋଦିଙ୍କ ଠାରୁ ବାସ ଗୋଟିଏ ଫୋନ କଲ ଦୂରତାରେ ରୁହନ୍ତି।

{"id":513156,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ଆବାସକୁ ଥରେ ମାତ୍ର ତାଙ୍କ ମା' ଦେଖା କରିବାକୁ ଆସିଥିଲେ

ପ୍ରଧାନମନ୍ତ୍ରୀ ବାସଭବନକୁ ମୋଦିଙ୍କୁ ଦେଖା କରିବାକୁ କେବଳ ତାଙ୍କ ମା' ହୀରାବେନ ଥରେ ଆସିଥିଲେ। ସେତେବେଳେର ଭିଡିଓ ମୋଦି ନିଜେ ଟ୍ୱିଟ କରିଥିଲେ। ମା'ଙ୍କୁ ହ୍ୱିଲ ଚେୟାରରେ ବସାଇ ସେ ନିଜେ ବାସଭବନ ବୁଲାଇ ଦେଖାଇଥିଲେ। ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କୁ ନିଜ ସରକାରୀ ବାସଭବନକୁ ଆସିବାକୁ ମନା କରିବା ଓ ସରକାରୀ ଫାଇଦାକୁ ଅସ୍ବୀକାର କରିବା ସରଦାର ବଲ୍ଲଭ ଭାଇ ପଟେଲ ଆରମ୍ଭ କରିଥିଲେ। ସେ ଦେଶର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଥିଲେ ଯିଏ ସରକାରୀ ଖର୍ଚ୍ଚରେ ବ୍ୟକ୍ତିଗତ କାମ କରିବାକୁ ମନା କରିଥିଲେ। ସେ ନିଜ ସମ୍ପର୍କୀୟଙ୍କୁ ଏତିକି ବି କହିଥିଲେ ଯେ, ଯେବେ ଯାଏଁ ସେ ଦିଲ୍ଲୀରେ ଅଛନ୍ତି ସେବେ ଯାଏଁ କେହି ଦିଲ୍ଲୀ ଆଖପାଖକୁ ବି ନ ଆସନ୍ତୁ।

{"id":513155,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.