Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

‘ପ୍ରଧାନମନ୍ତ୍ରୀ ନିଜକୁ ଦାୟୀ କରନ୍ତି ନାହିଁ, ଖାଲି ବଳି ପକାଇବାକୁ ବକରା ଖୋଜିଥାନ୍ତି’

20/07/2021 at 5:07 PM

ନୂଆଦିଲ୍ଲୀ ୨୦।୦୭: ରାଜ୍ୟସଭାରେ କରୋନା ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ମୋଦୀ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୋଦୀ ନିଜକୁ ଦାୟୀ କରନ୍ତି ନାହିଁ ବରଂ ବଳି ପାଇଁ ବକରା ଖୋଜିଥାନ୍ତି।

ଖଡଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ୍ କରିଥିଲେ ଯେ, ଲୋକେ ଥାଳି ବଜାନ୍ତୁ, ମହମବତୀ ଜାଳନ୍ତୁ। ଲୋକେ ତାଙ୍କ କଥାକୁ ଭରସା କଲେ ଏବଂ ତାହା ମଧ୍ୟ କଲେ। ହେଲେ ପ୍ରଧାନମନ୍ତ୍ରୀ ନିଜର ପ୍ରତିଶ୍ରୁତି ପୂରଣ ନକରି ନିରାଶ କରିଛନ୍ତି। ସେ ନିଜର ଦାୟିତ୍ଵ ନେବା ପରିବର୍ତ୍ତେ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ବଳିର ବକରା କରି ଦେଲେ।

ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ମୁଁ ଦେଶର କରୋନା ଯୋଦ୍ଧାଙ୍କୁ ସଲାମ କରୁଛି। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ପାଇଁ କାମ କଲେ। ମୁଁ ସେହି ଲୋକଙ୍କୁ ମଧ୍ୟ ସଲାମ କରୁଛି, ଯେଉଁମାନେ ଦିଲ୍ଲୀରେ ଅକ୍ସିଜେନ ଲଙ୍ଗର ଚଲାଇଲେ ଏବଂ ପ୍ଲାଜମା ଦାନ କରି ପୀଡିତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଲେ। ହେଲେ ଗତ ବର୍ଷ ଲକ୍‌ଡାଉନ୍‌ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଖଡଗେ। କଂଗ୍ରେସ ନେତା କହିଛନ୍ତି, ନୋଟ୍‌ବନ୍ଦୀ ପରେ ସରକାର ରାତାରାତି ଲକ୍‌ଡାଉନ୍‌ ଘୋଷଣା କରି ଦେଲେ।

ସରକାର ଲକ୍‌ଡାଉନ୍‌ ପୂର୍ବରୁ କୌଣସି ପ୍ରସ୍ତୁତି କରିନଥିଲେ। କୌଣସି ବ୍ୟବସ୍ଥା କରିନଥିଲେ, ଯଦ୍ଵାରା ଲୋକେ ନିଜ ଘରେ ପହଞ୍ଚି ପାରିବେ। ଗରିବ ନିଜର ରୋଜଗାର ହରାଇଲେ। ସରକାରଙ୍କୁ ଏଥିପାଇଁ ନିଜକୁ ଦାୟୀ କରିବା ଉଚିତ୍। କରୋନା କାଳରେ ନିର୍ବାଚନ କରାଗଲା। ସାମାଜିକ ଦୂରତ୍ଵ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଲା। ଏହି ସମୟରେ ସରକାର ହାତରେ ହାତ ବାନ୍ଧି ବସି ରହିଲେ। ଖୋଦ୍ ନିର୍ବାଚନ ରାଲି କରି ଭିଡ ଜମାଇଲେ ବୋଲି ଖଡଗେ କହିଛନ୍ତି।

   Related Posts