Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ- ‘ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ’

14/11/2020 at 8:21 AM

ନୂଆଦିଲ୍ଲୀ, ୧୪|୧୧ : କରୋନା ସଙ୍କଟ ମଧ୍ୟରେ ଆଜି ସାରା ଦେଶରେ ଦୀପାବଳି ପାଳନ ହେଉଛି । ଏହି ପର୍ବକୁ ନେଇ ପ୍ରସ୍ତୁତି ମଧ୍ୟ ଜାରି ରହିଛି ।  ଦେଶରେ ଉତ୍ସବର ମାହୋଲ ଚାଲିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଶୁକ୍ଷେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଦେଶବାସୀଙ୍କୁ ଦୀପାବଳି ଅବସରରେ ଶୁଭକାମନା ଜଣାଇଛନ୍ତି । ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା । ଏହି ଉତ୍ସବ ଅଧିକ ଉଜ୍ଜ୍ୱଳ ହେଉ । ଏହାସହ ଜନତାଙ୍କ ସମୃଦ୍ଧି ଓ ସୁସ୍ଥ କାମନା କରିଛନ୍ତି  ପ୍ରଧାନମନ୍ତ୍ରୀ ।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ଦୀପାବଳି ଅବସରରେ ଶୁଭକାମନା ଜଣାଇଛନ୍ତି । ଏହାସହ ନାଗରିକଙ୍କୁ ସମାଜର ଗରିବ, ବେସାହାରା, ଅସହାୟଙ୍କ ସମୃଦ୍ଧିର କିରଣ ହେବା ପାଇଁ ସଂକଳ୍ପ ନେବାକୁ କହିଛନ୍ତି । ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକଙ୍କ ଦ୍ୱାରା ପାଳନ ହେଉଥିବା ଏହି ପର୍ବ ଏକତା ଓ ଭାଇଚାରାର ଭାବନାକୁ ମଜବୁତ କରିଥାଏ ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ, ଏହି ପର୍ବ ଆମକୁ ମାନବତାର ସେବା କରିବା ପାଇଁ ପ୍ରେରଣା ଦେଇଥାଏ । ଏହି ଅବସରରେ ଆମକୁ ଗରିବ, ବଂଚିତ ଓ ଅସହାୟଙ୍କ ପାଇଁ ଆଶାର କିରଣ ହେବାକୁ ପଡିବ । ଦୀପବଳି ସ୍ୱଚ୍ଛତାର ମଧ୍ୟ ପର୍ବ ଅଟେ । ତେଣୁ ପ୍ରଦୂଷଣ ମୁକ୍ତ ବାତାବରଣରେ ସ୍ୱଚ୍ଛ ଦୀପାବଳି ମନାଇବାକୁ ହେବ । ଏହା ପ୍ରକୃତି ପ୍ରତି ଆମର ସମ୍ମାନ । ଏହାସହ ଜନତାଙ୍କ ଶାନ୍ତି ଓ ସମୃଦ୍ଧି ମଧ୍ୟ କାମନା କରିଥିଲେ ରାଷ୍ଟ୍ରପତି ।

   Related Posts