ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସୁନ୍ଦର ପିଚାଇ ଦେଲେ କୋଭିଡ୍ ମୁକାବିଲାର ଟିପ୍‌ସ୍: ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ

Published By : Prameya-News7 Bureau | July 13, 2020 IST

ନୂଆଦିଲ୍ଲୀ, ୧୩।୦୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି । ଏଥି ବୈଠକରେ ଭାରତର କୃଷକଙ୍କଠୁ ନେଇ ଡାଟା ସିକ୍ୟୁରିଟୀ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

wp:html /wp:html

ମୋଦୀ ଟ୍ୱିଟରେ ଲେଖିଛନ୍ତି ଯେ, ସକାଳେ ସୁନ୍ଦର ପିଚାଇଙ୍କ ସହ ଆଲୋଚନା ହୋଇଛି । ଅନେକ ବିଷୟ ଉପରେ ଆଲୋଚନା କରାଯାଇଛି ।ଆଲୋଚନାରେ ପ୍ରଯୁକ୍ତିବିଦ୍ୟା ଜରିଆରେ କୃଷକ, ଯୁବକ ଓ ବ୍ୟବସାୟୀଙ୍କ ଜୀବନରେ କିପରି ପରିବର୍ତ୍ତନ ହେବ ତାହା ମୁଖ୍ୟ ପ୍ରସଙ୍ଗ ଥିଲା । ତେବେ ଗୁଗୁଲ ମଧ୍ୟ ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ପିଚାଇ କହିଛନ୍ତି ।

ମୋଦୀ ଆହୁରି କହିଛନ୍ତି ଯେ, ସୁନ୍ଦର ପିଚାଇ ଓ ସେ କରୋନା ସଙ୍କଟରୁ ବାହାରି ନୂଆ କାର୍ଯ୍ୟ ବାବଦରେ କଥା ହୋଇଛନ୍ତି । ଏହି ସମସ୍ତ ଚ୍ୟାଲେଞ୍ଜ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି । ଡାଟା ସିକ୍ୟୁରିଟୀ ଓ ସାଇବର ସିକ୍ୟୁରିଟୀର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା ହୋଇଛି ।

wp:html /wp:html

ମୋଦୀ ପିଚାଇଙ୍କଠାରୁ ଗୁଗଲର ଉପଲବ୍ଧି ବାବଦରେ ମଧ୍ୟ ଜାଣିଥିଲେ । ଶିକ୍ଷା, ଡିଜିଟାଲ ଇଣ୍ଡିଆ, ଡିଜିଟାଲ ପେମେଣ୍ଟ ସେକ୍ଟରରେ ଗୁଗୁଲ ଅନେକ କାମ କରିଥିବା ମୋଦୀ କହିଛନ୍ତି ।

ଏହି ଆଲୋଚନା ପରେ ସୁନ୍ଦର ପିଚାଇ କହିଛନ୍ତି ଯେ, ଗୁଗୁଲ ପ୍ରାୟ ୧୦ ମିଲିୟନ ଡଲାର ଭାରତରେ ନିବେଶ କରିବ । ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୭୫୦୦୦ କୋଟି । ଆଗାମୀ ୭ ବର୍ଷ ମଧ୍ୟରେ ଏହା ନିବେଶ ହେବ । ପାର୍ଟନରସିପରେ ଏହାକୁ ଚୁଡାନ୍ତ ରୂପ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.