Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

‘ଅକ୍ସିଜେନ୍‌ ଆଣି ପହଞ୍ଚାଉଛନ୍ତି ବାୟୁସେନା ଏବଂ ରେଳ ବିଭାଗ, ରାଜ୍ୟମାନେ ଏକ ହୋଇ କରୋନା ମୁକାବିଲା କରନ୍ତୁ’ : ପ୍ରଧାନମନ୍ତ୍ରୀ

23/04/2021 at 5:41 PM

ନୂଆଦିଲ୍ଲୀ ୨୩/୦୪ : ଦେଶରେ ସମ୍ପ୍ରତି କରୋନା ସଂକ୍ରମଣ ବୃଦ୍ଧି ଏବଂ ଅକ୍ସିଜେନ୍‌ ସଙ୍କଟକୁ ନେଇ ୧୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତେ ଗୋଟିଏ ରାଷ୍ଟ୍ର ଭାବନାକୁ ନେଇ କାମ କରିବାକୁ ହେବ । ଏହା ଛଡା ରେଲଓ୍ବେ ଏବଂ ଏୟାରଫୋର୍ସକୁ ଭ୍ୟାକସିନ୍‌ ଯୋଗାଣ କାର୍ଯ୍ୟରେ ଲଗାଯାଇଛି । ଭ୍ୟାକସିନ୍‌ ଯୋଗାଇବାକୁ ଯେପରି ଅତି କମ ରୁ କମ ସମୟ ଲାଗିବ ସେଥିପାଇଁ ଟ୍ରେନ୍‌ ଏବଂ ବିମାନଗୁଡିକୁ ଅକ୍ସିଜେନ୍‌ ନେବା ଆଣିବା ପାଇଁ ବ୍ୟବହାର କରାଯାଉଛି । ବିଭିନ୍ନ ରାଜ୍ୟମାନଙ୍କରେ ଔଷଧ ଏବଂ ଇଞ୍ଜେକସନ୍‌ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୃକ୍ତ ରାଜ୍ୟର ମୁଖମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ପ୍ରଥମ ସଂକ୍ରମଣ ବେଳେ ଏକାଠି ହୋଇ କାମ କରିଥିବାରୁ ଆମେ କରୋନାକୁ ଆୟତକୁ ଆଣିପାରିଥିଲେ । ଏକା ସଙ୍ଗେ ପ୍ରୟାସ ଯୋଗୁଁ ଦେଶରେ ସଂକ୍ରମଣ ରୋକିବାରେ ସଫଳ ହୋଇଥିଲେ । ସେହିଭଳି ପୁଣି ଥରେ ଏକାଠୀ ହୋଇ କାମ କରିବାକୁ ହେବ । ଏଥି ପାଇଁ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମନ୍ବୟ ରହିବା ଉଚିତ ।’

କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ବୋଲି କହିଛନ୍ତି ମୋଦି । ଏହା ଛଡା ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଲଗାତାର ଭାବେ ରାଜ୍ୟମାନଙ୍କ ସହିତ ଯୋଗାଯୋଗରେ ଅଛି । ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ମୋଦି କହିଛନ୍ତି ।

   Related Posts