ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପଦ ମର୍ଯ୍ୟଦାକୁ ଖାତିରି ନକରି ଆମେରିକାରେ ଏଭଳି କାର୍ଯ୍ୟ କଲେ, ସେଠାକାର ଲୋକ କହିଲେ ସାବାସ୍ ଇଣ୍ଡିଆ ପିଏମ୍, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 22, 2019 IST

ହ୍ୟୁଷ୍ଟନ ୨୨|୯: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଟେକ୍ସାସ ରାଜ୍ୟର ହ୍ୟୁଷ୍ଟନ ସହରରେ ପହଞ୍ଚିସାରିଛନ୍ତି। ସେଠାରେ ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ। ୭୧ ହଜାର ୯୯୫ ସିଟ୍‌ ବିଶିଷ୍ଟ ଏନଆରଜି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୨ ତାରିଖ ସକାଳ ୮.୪୫ ମିନିଟ୍‌ରୁ ଆରମ୍ଭ ହୋଇ ଦିନ ୧୨.୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ଏହିଭଳି କାର୍ଯ୍ୟ କରିଛନ୍ତି। ଆପଣମାନେ ଜାଣିଲେ ତାଙ୍କୁ ପ୍ରଶଂସା ନକରି ରହି ପାରିବେ ନାହିଁ। ମୋଦିଙ୍କ ଏହିଭଳି କାର୍ଯ୍ୟ ଦେଖି ସେଠାକାର ଲୋକ  ତାଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ।

wp:core-embed/twitter {"url":"https://twitter.com/sanghaviharsh/status/1175496994422325249","type":"rich","providerNameSlug":"twitter","className":""}
https://twitter.com/sanghaviharsh/status/1175496994422325249
/wp:core-embed/twitter

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନ ଏୟାରପୋର୍ଟରେ ପହଞ୍ଚିବା ପରେ ଜଣେ ଆମେରିକୀୟ ମହିଳା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହି ସମୟରେ ମୋଦିଙ୍କୁ ଦିଆଯାଇଥିବା ପୁଲତୋଡ଼ାର ଏକ ଟୁକୁରା ଝଡ଼ି ତଳେ ପଡିଯାଇଥିଲା। କିନ୍ତୁ ତାଙ୍କୁ ଦିଆଯାଇଥିବା ଉପହାରର ଅସମ୍ମାନ ନହେଉ ବୋଲି ଫୁଲତୋଡ଼ାର ଛୋଟ ଟୁକୁରାକୁ ମୋଦି ତଳୁ ଉଠାଇ ତାଙ୍କ ସାଥୀଙ୍କୁ ଦେଇଥିଲେ । ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପଦ ମର୍ଯ୍ୟଦାକୁ ଖାତିରି ନକରି ସେଠାକାର ପ୍ରୋଟୋକଲ ଭାଙ୍ଗି ମହିଳାଙ୍କ ଉପହାରରକୁ ସମ୍ମାନ ଜଣାଇଥିଲେ। ଏହା ବ୍ୟତୀତ ଫୁଲତୋଡ଼ାର ଏକ ଛୋଟ ଟୁକୁରା ଉଠାଇ ସ୍ବଚ୍ଛ ଭାରତ ଅଭିଯାନର ସନ୍ଦେଶ ସମସ୍ତଙ୍କୁ ଦେଇଥିଲେ।  ​‌

ହାଉଡି ମୋଦି ସମାରୋହ ଲାଗି ୫୦ ହଜାର ଟିକେଟ ବିକ୍ରି ହୋଇଛି। ଆମେରିକାରେ ରହୁଥିବା ଭାରତୀୟ ଲୋକଙ୍କୁ ମୋଦି ଆଜି ସମ୍ବୋଧିତ କରିଛନ୍ତି। ଟେକ୍ସାସ ଇଣ୍ଡିଆନ ଫୋରମ୍ ଦ୍ବାରା ହ୍ୟୁଷ୍ଟନର ଏନଆରଜି ଷ୍ଟାଡିମୟରେ ହାଉଡି ମୋଦି କାର୍ଯ୍ୟକ୍ରମ ଆୟୋଜି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.