କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ କୌଣସି ବି ଲକ୍ଷ୍ୟ କଠିନ ନୁହେଁ
5/01/2021 at 1:38 PM

ନୂଆଦିଲ୍ଲୀ ୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ କୋଚି-ମାଙ୍ଗଲୁରୁ ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍ ର ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂରେ ଏହି ପାଇପ୍ ଲାଇନ୍ କୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ବିକାଶକୁ ପ୍ରାଥମିକତା ଦେଇ ସମସ୍ତେ ମିଳିମିଶି କାମ କରିଲେ କୌଣସି ବି ଲକ୍ଷ୍ୟ କଠିନ ନୁହେଁ । କୋଚି-ମାଙ୍ଗାଲୁରୁ ପାଇପ୍ ଲାଇନ୍ ଏହାର ଏକ ବଡ ଉଦାହରଣ ବୋଲି ମୋଦି କହିଛନ୍ତି ।
ଏହି ପ୍ରୋଜେକ୍ଟରେ ଅନେକ ସମସ୍ୟା ଆସିଥିଲା । ମାତ୍ର ଆମ ଶ୍ରମିକ, ଇଞ୍ଜିନିୟର, କୃଷକ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାମ ପୂରା ହେଲା । ଦୁଇ ରାଜ୍ୟର ବିକାଶକୁ ଗତିଶୀଳ କରାଇବାରେ ଏହି ପାଇପ୍ ଲାଇନ୍ ର ବଡ ଭୂମିକା ରହିବ । ଏହି ପାଇପ୍ ଲାଇନ୍ ଉଭୟ ରାଜ୍ୟ ମଧ୍ୟରେ ଲକ୍ଷାଧିକ ଲୋକଙ୍କ ପାଇଁ ଇଜ୍ ଅଫ୍ ଲିଭିଙ୍ଗ୍ ବୃଦ୍ଧି କରିବ ।
ଏହି ପାଇପ୍ ଲାଇନ୍ ଦୁଇ ରାଜ୍ୟର ଗରିବ, ମଧ୍ୟମ ବର୍ଗ ଏବଂ ଉଦ୍ୟୋଗୀଙ୍କ ଖର୍ଚ୍ଚ କମ୍ କରିବ । ଏହି ପାଇପ୍ ଲାଇନ୍ ସହରରେ ସିଟି ଗ୍ୟାସ୍ ବିତରଣ ସିଷ୍ଟମର ମାଧ୍ୟମ ହେବ । ଏହା ସିଏନଜି ଆଧାରିତ ଟ୍ରାନ୍ସପୋର୍ଟ ସିଷ୍ଟମକୁ ବିକସିତ କରିବାର ମାଧ୍ୟମ ହେବ । ଏହା ମାଙ୍ଗାଲୁରୁ କେମିକାଲ ଏବଂ ଫର୍ଟିଲାଇଜର ପ୍ଲାଣ୍ଟକୁ ଉର୍ଜା ଦେବ । କମ୍ ଖର୍ଚ୍ଚରେ କେମିତି ପ୍ରସ୍ତୁତ ହେବ ଏଥିପାଇଁ ଏହା ସହାୟକ ହେବ । ଏହି ପାଇପ୍ ଲାଇନ୍ ମାଙ୍ଗାଲୁରୁ ରିଫାଇନାରୀ ଏବଂ ପେଟ୍ରୋ କେମିକାଲକୁ ଉତ୍ସ ଦେବା ସହ ସ୍ବଚ୍ଛ ଇନ୍ଧନ ମଧ୍ୟ ଦେବ । ଏହା ଦୁଇ ରାଜ୍ୟରେ ପ୍ରଦୂଷଣ କମ୍ କରିବ । ପ୍ରଦୂଷଣ କମ୍ ହେବାର ପ୍ରଭାବ ସିଧାସଳଖ ପର୍ଯ୍ୟାବରଣ ଉପରେ ପଡିବ । ପର୍ଯ୍ୟାବରଣ ସ୍ବଚ୍ଛ ରହିଲେ ସ୍ବାସ୍ଥ୍ୟ ଭଲ ରହିବ ।