Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନଭେମ୍ବର ଯାଏଁ ୮୦ କୋଟି ଲୋକଙ୍କୁ ମିଳିବ ରାସନ : ଖର୍ଚ୍ଚ ହେବ ୯୦ ହଜାର କୋଟି ଟଙ୍କା

30/06/2020 at 6:23 PM

ନୂଆଦିଲ୍ଲୀ ୩୦/୦୬ :  ଦେଶ ଅନଲକରେ ପ୍ରବେଶ କରୁଛି ଏତିକିବେଳ ଦେଶରେ ମୌସୁମୀରେ ପ୍ରଭାବ ମଧ୍ୟ ପଡ଼ିଲାଣି। ତେଣୁ କରୋନା ସଂକ୍ରମଣ ଏବଂ ମୌସୁମୀକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ସତର୍କ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବଢାଯାଇଛି।

ନଭେମ୍ବର ଯାଏଁ ମିଳିବ ରାସନ। ୮୦ କୋଟି ଲୋଙ୍କୁ ମୁକ୍ତ ଅନ୍ନ । ଜୁଲାଇ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ନଭେମ୍ବର ୫ ମାସ ପର୍ଯ୍ୟନ୍ତ ପ୍ରତିମାସରେ ମିଳିବ ଖାଦ୍ୟ । ୫ କିଲୋ ଗହମ କିମ୍ବା ୫ କିଲୋ ଚାଉଳ ସାଙ୍ଗକୁ ୧ କିଲୋ ଡାଲି ବି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରି  ଏହି ଘୋଷଣା କରିଛନ୍ତି। ୱାନ ନେସନ ୱାନ ରାସନ ଉପରେ ମୋଦି ଗୁରୁତ୍ବ ଦେଇଛନ୍ତି। କରୋନା ଲକଡାଉନ ଜାରି ହେବା ଦିନଠାରୁ ଗରିବଗୁରୁବାଙ୍କ ଅନ୍ନ ସଙ୍କଟ ଚିନ୍ତାର କାରଣ ହୋଇ ରହିଛି। ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଖାଦ୍ୟ ସୁରକ୍ଷା ପ୍ରତି ଅଧିକ ଫୋକସ କରିଛନ୍ତି। ଏଥିପାଇଁ  ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ ୩ ମାସକୁ ଯୋଡ଼ିଲେ ଲକଡାଉନ ସମୟକୁ ଦେଖି ଦେଢ଼ ଲକ୍ଷ କୋଟି ଟଙ୍କାର ଅନ୍ନ ଯୋଜନାର ସୂଚନା ଦେଇଛନ୍ତି ମୋଦି। 

ଗତକାଲି ଅନଲକ୍‌ ୨ର ଗାଇଲାଇନ ଜାରି ହୋଇଛି । କରୋନା କଟକଣା ଏବଂ ଅର୍ଥନୀତିକୁ କେମିତି ଉଭୟଙ୍କୁ ଗୁରୁତ୍ବ ଦେଇ ଚାଲିହେବ ସେନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ବର୍ଷା ଦିନେ ସାଧାରଣରେ  ଆର୍ଥିକ ମାନ୍ଦାବସ୍ଥା ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ବିରୋଧୀ  କେନ୍ଦ୍ରର କରୋନା ପ୍ଲାନକୁ ନେଇ ଅସନ୍ତୋଷ ଜାହିର କରିଆସିଥିବା ବେଳେ ଏହାକୁ ଏକ ଜରୁରୀ ପଦକ୍ଷେପ ବୋଲି ଆଖ୍ୟା ଦେଇଛି ବିଜେପି।

ଲକ୍‌ ଡାଉନ ସମୟରେ ସାଧାରଣ ଲୋକ ଯେଭଳି ଆର୍ଥିକ ସଙ୍କଟରେ ନ ପଡ଼ନ୍ତି ସେଥିପାଇଁ ୯ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮ ହଜାର କୋଟି ଟଙ୍କା ଡିପୋଜିଟ ହୋଇଛି। ୨୦ କୋଟି ଲୋକଙ୍କ ଆକାଉଣ୍ଟକୁ ୩୧ ହଜାର କୋଟି ଟଙ୍କା ଡିପୋଜିଟ ହୋଇଛି। ପିଏମ ଗରୀବ କଲ୍ୟାଣ ଯୋଜନାରେ ୧ ଲକ୍ଷ ୭୫ ହଜାର କୋଟି ଟଙ୍କାର ପ୍ୟାକେଜ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

   Related Posts