ନୂଆ ବର୍ଷରେ ନୂଆ ଘୋଷଣା କରି ଚାଷୀ ଭୋଟରଙ୍କୁ ନିଜ ପଟକୁ ନେବା ପାଇଁ ମୋଦିଙ୍କର ଗ୍ରାଣ୍ଡ ପ୍ଲାନ ; ଦେବେ ପାଖାପାଖି ୩ ଲକ୍ଷ କୋଟିର ପ୍ୟାକେଜ

Published By : Prameya-News7 Bureau | December 29, 2018 IST

ଭୁବନେଶ୍ବର୨୯|୧୨: ଚାଷୀଙ୍କ ପାଇଁ ମୋଦି ସରକାରଙ୍କ ଚିନ୍ତା । ୩ ବିଜେପି ଶାସିତ ରାଜ୍ୟରେ ବିଜେପିକୁ ଝଟକା ଲାଗିବା ପରେ ଏବେ ବଡ ପ୍ୟାକେଜ ଘୋଷଣା ମୋଡ୍‌ରେ ମୋଦି । ଏନେଇ କେନ୍ଦ୍ରୀୟ ସ୍ତରରେ ଚାଲିଛି ବ୍ୟାପକ ଆଲୋଚନା । ପାଖାପାଖି ୩ ଲକ୍ଷ କୋଟିର ପ୍ୟାକେଜ ଦେଇ ଚାଷିଙ୍କୁ ଖୁସ୍ କରିବା ଯୋଜନାରେ ଅଛନ୍ତି କେନ୍ଦ୍ର ସରକାର । ନୂଆ ବର୍ଷରେ ନୂଆ ଘୋଷଣା କରି ଚାଷୀ ଭୋଟରଙ୍କୁ ନିଜ ପଟକୁ ନେବା ପାଇଁ ଗ୍ରାଣ୍ଡ ପ୍ଲାନ କରୁଛି କେନ୍ଦ୍ର । ଯାହାକୁ ନେଇ ଆଗକୁ ଜାତୀୟ ତଥା ରାଜ୍ୟ ରାଜନୀତିରେ ଛକାପଞ୍ଝା ହେବାକୁ ଯାଉଛି।….

{"id":68516}

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାର ଚାଷୀଙ୍କୁ ଦେବେ ବଡ଼ ତୋଫା । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଛି ମାନସ ମନ୍ଥନ । ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ନିର୍ବାଚନ ହାରିଯିବା ପରେ ବିଜେପି ଏବେ ଚାଷୀଙ୍କୁ ନୂଆ ବର୍ଷର ଭେଟି ଦେଇ କଂଗ୍ରେସ ହାତରୁ ଚାଷୀ ସମସ୍ୟା ପ୍ରସଙ୍ଗ ଛଡାଇନେବା ଯୋଜନାରେ ଅଛି । ଏନେଇ ଏବେ କେନ୍ଦ୍ର ସରକାର ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରୁଥିବା ଜଣା ପଡିଛି । ଦେଶର ଚାଷୀଙ୍କ ପାଇଁ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେବା ଯୋଜନାରେ ଅଛନ୍ତି କେନ୍ଦ୍ର ସରକାର । ସଂସଦରେ ଶୀତ ଅଧିବେଶନ ଶେଷ ହେବା ପୂର୍ବରୁ ଅର୍ଥାତ ଜାନୁଆରୀ ୫ ପୂର୍ବରୁ ଚାଷୀଙ୍କ ପାଇଁ ପ୍ୟାକେଜ ଦେବା ମୁଡ୍ ରେ ଅଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ସେଥିପାଇଁ ବରିଷ୍ଠ ମନ୍ତ୍ରୀ ଓ ବିଶେଷଜ୍ଞଙ୍କ ସହ ପରାମର୍ଶ ଜାରି ରଖିଛନ୍ତି ।…

{"id":68518}

କେନ୍ଦ୍ର ସରକାର ଚିନ୍ତା କରୁଥିବା ଯୋଜନା ମୁତାବକ ରବି ଓ ଖରିଫ ଚାଷ ପୂର୍ବରୁ ସାର, ବିହନ, ଔଷଧ ଆଦି କିଣିବା ପାଇଁ ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ଦେଇ ପାରନ୍ତି। ତେଲେଙ୍ଗାନା ସରକାର ଏଭଳି ଯୋଜନା କରିବା ପରେ ଚାଷୀ ଲାଭ ପାଇଥିବାରୁ ଏହି ଯୋଜନା ଲାଗୁପାଇଁ କେନ୍ଦ୍ର ଚିନ୍ତା କରୁଛି । ଦ୍ବିତୀୟ ପ୍ରସ୍ତାବ ଭାବେ ସହାୟକ ମୂଲ୍ୟ ଓ ବଜାର ଦର ଭିତରେ ଯେଉଁ ଫରକ ରହିବ ତାକୁ ଭରଣା ପାଇଁ ମଧ୍ୟ ଆଲୋଚନା ଚାଲିଛି । ଏହି ଯୋଜନାରେ କେନ୍ଦ୍ର ୭୦ ପ୍ରତିଶତ ଓ ରାଜ୍ୟ ୩୦ ପ୍ରତିଶତ ଅର୍ଥ ଚାଷୀଙ୍କୁ ଯୋଗାଇବାର ବ୍ୟବସ୍ଥା ହୋଇପାରେ । ସେହିଭଳି ଟଙ୍କାକରେ ଚାଷୀଙ୍କ ପାଇଁ ଫସଲ ବୀମା ଯୋଜନା ଘୋଷଣା କରାଯାଇପାରେ । ବିରୋଧୀ ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାରଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି । ଆଉ କେନ୍ଦ୍ରର ପ୍ୟାକେଜକୁ ଦେଖିବା ପରେ ବିରୋଧୀ ସେମାନଙ୍କ ଗୋଟି ଚଳାଇବେ ।…

{"id":68519}

ଏବେ ପ୍ରଶ୍ନ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଲେ ଅର୍ଥ ଆସିବ କୁଆଡୁ । ଏତେ ବଡ ଆକାରର ଅର୍ଥ ରିଜର୍ଭ ବ୍ୟାଙ୍କ ଭରଣା କଲେ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ କଣ ପଡିବ ତାହା ବି ଏବେ ବିତର୍କର ବିଷୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.