ରାୟଗଡ଼ ଭୂସ୍ଖଳନରେ ୪୪ ଜଣଙ୍କ ମୃତ୍ୟୁ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୋଦି

Published By : Prameya-News7 Bureau | July 23, 2021 IST

ନୂଆଦିଲ୍ଲୀ ୨୩/୦୭ : ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ରାୟଗଡ ଜିଲ୍ଲାର ଏକ ଗାଁ ନିକଟରେ ଭୂସ୍ଖଳନ ହେତୁ ଏପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ, ମହାଡ ତହସିଲର ତଲାଇ ଗ୍ରାମରେ ଘଟିଥିବା ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ। ଗତ କିଛି ଦିନ ହେବ ମହାରାଷ୍ଟ୍ରର ଅନେକ ସ୍ଥାନରେ ଲଗାତାର ବର୍ଷା ହୋଇଛି, ଯେଉଁଥିପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏହି ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ଥିତି ଉପରେ ନଜର ରଖିଛନ୍ତି।

wp:html /wp:html

ଏଥିସହ ମହାରାଷ୍ଟ୍ରର ରାୟଗଡରେ ଭୂସ୍ଖଳନ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ମହାରାଷ୍ଟ୍ରର ରାୟଗଡରେ ଭୂସ୍ଖଳନରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.