ଦେଖିବାକୁ ଠିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଭଳି କିନ୍ତୁ ଏହା ଏକ ବହି, ୱାର୍ଲଡ ବୁକ ଫେୟାରରେ ଶୋଭା ପାଉଛି ଏହି ବହି, ଦାମ ଜାଣିଲେ ହୋଇଯିବେ ଛାନିଆ

Published By : Prameya-News7 Bureau | January 07, 2019 IST

ଦିଲ୍ଲୀ ୭/୧ : ଦିଲ୍ଲୀରେ ଆରମ୍ଭ ହୋଇଛି ୱାର୍ଲଡ ବୁକ ଫେୟାର | ଏହି ପୁସ୍ତକ ମେଳାରେ ଚଳିତ ବର୍ଷ ଏମିତି କିଛି ପୁସ୍ତକ ରହିଛି ଯାହା ପୁସ୍ତକ ପ୍ରେମୀଙ୍କ ମନକୁ ବେଶ ଜିଣିପାରିଛି | ନବରଂଗ ପ୍ରିଣ୍ଟର ଦ୍ୱାରା କରାଯାଇଥିବା ଏକ ଷ୍ଟଲସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି | ଏହି ଆକର୍ଷଣ କେନ୍ଦ୍ରବିନ୍ଦୁ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହି | ଏହି ବହିର ଆକାର ଠିକ ନରେନ୍ଦ୍ର ମୋଦିଙ୍କ ଭଳି | ବହିର ନାଁ ରହିଛି 'ନରେନ୍ଦ୍ର ମୋଦି ଏକ ସକାରାତ୍ମକ ସୋଚ' | ବହିର ଆକାର ଦେଖିବାକୁ ଠିକ ଏକ ନିର୍ବାଚନ ପୋଷ୍ଟର ଭଳି | ବହିରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ କି ବାତ' କାର୍ଯ୍ୟକ୍ରମର କୋଟେସନ |

{"id":71219}

ଇଣ୍ଡିଆନ ଏକ୍ସପ୍ରେସର ପବ୍ଲିସର ତଥା ବହିର ରଚୟିତା ଅପୂର୍ବ ଶାହ କହିଛନ୍ତି ଯେ, ବହିକୁ ଦେଖି ଲୋକେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ତାଠାରୁ ଅଧିକ ଖୁସୀ ମଧ୍ୟ ହୋଇଥିଲେ | ଲୋକେ ପ୍ରଥମେ ଏହାକୁ ଦେଖି ଭାବିଲେ ଯେ, ବହିଟିକୁ କଟାଯାଇ ସେମିତି ଆକାର ଦିଆଯାଇଛି | କିନ୍ତୁ ଯେତେବେଳେ ଜାଣିଲେ ଯେ ଏହା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ବହି ସେତେବେଳେ ଖୁବ ପ୍ରଶଂସା କରିଥିଲେ |

{"id":71220,"width":585,"height":438}

ବହିର ସ୍ୱତନ୍ତ୍ରତା ହେଲା ବହିଟି ଦେଖିବାକୁ ଠିକ ମୋଦିଙ୍କ ଭଳି | ମୋଦିଙ୍କ ଉଚ୍ଚତା ୫ଫୁଟ ୭ ଇଞ୍ଚ ହୋଇଥିବା ଯୋଗୁଁ ବହିର ଉଚ୍ଚତା ମଧ୍ୟ ଠିକ ସେତିକି ରଖାଯାଇଛି | ବହିରେ ରହିଛି ୬୮ ପୃଷ୍ଠା | ଯେହେତୁ ମୋଦିଙ୍କ ବୟସ ୬୮ ବର୍ଷ | ମୋଦିଙ୍କ ଓଜନ ୭୭ କେଜି | ସେଥିପାଇଁ ବହିର ଫ୍ରେମର ଓଜନ ମଧ୍ୟ ସେହିଭଳି ମେଣ୍ଟେନ କରାଯାଇଛି ବୋଲି ଅପୂର୍ବ କହିଛନ୍ତି |

{"id":71224}

ବହିରେ ରହିଛି ମୋଦିଙ୍କ କୋଟେସନ | ଏହାଛଡା ବହିରେ ମୋଦିଙ୍କ ସମ୍ପର୍କରେ ମଧ୍ୟ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉଲ୍ଲେଖ ରହିଛି | ଭାରତରେ ଏଭଳି ବହି ପ୍ରଥମ ବୋଲି ଶାହ କହିଛନ୍ତି | ଇଣ୍ଡିଆ ବୁକ ଅଫ ରେକର୍ଡସରେ ବହିକୁ ନାମିତ କରିବା ପାଇଁ ଚେଷ୍ଟା କରିଛନ୍ତି ଶାହ | ଶାହ କହିଛନ୍ତି ଯେ, ସେମାନେ ବହି ପବ୍ଲିସ କରନ୍ତିନାହିଁ | ସେମାନେ କେବଳ ପ୍ରିଣ୍ଟିଂଗ, ବାଇଣ୍ଡିଙ୍ଗ ଏବଂ ଗ୍ରାଫିକ୍ସ ଉପରେ କାମ କରନ୍ତି | ତେଵେ ପ୍ରଥମଥର ପାଇଁ ଏକ ସମ୍ପୂର୍ଣ ବହି ସେମାନେ ନିଜେ ପବ୍ଲିସ କରିବା ସହ ଏହାର ପ୍ରିଣ୍ଟ, ବାଇଣ୍ଡିଙ୍ଗ ଏବଂ ଗ୍ରାଫିକ୍ସ ନିଜେ ପ୍ରସ୍ତୁତ କରିଛନ୍ତି |

{"id":71221,"width":583,"height":404}

ତେଵେ ଏହା ବହିର ଏକ ଛୋଟ ଭର୍ସନ ବୋଲି କହିଛନ୍ତି ଶାହ | ଏହି ଛୋଟ ଭର୍ସନର ମୂଲ୍ୟ ରହିଛି ୨୫୦ ଟଙ୍କା | ତେଵେ ସମ୍ପୂର୍ଣ ବହିର ମୂଲ୍ୟ ୯୦ ହଜାର ବୋଲି ଶାହ କହିଛନ୍ତି |

ଶାହଙ୍କୁ ପଚରାଯାଇଥିଲା ସେ ଏଭଳି ଏକ ପ୍ରୟାସ କାହିଁକି କରିଛନ୍ତି | ଜବାବରେ ଶାହ କହିଥିଲେ ଯେ, ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ମୋଦିଙ୍କ ସମ୍ପର୍କରେ ଲେଖିଛନ୍ତି | ତେଵେ ସେ କାମରେ କରି ଦେଖେଇବାକୁ ଭଲପାଆନ୍ତି ବୋଲି କହିଛନ୍ତି | ଏହାପୂର୍ବରୁ ମୋଦିଙ୍କ ଭାଷଣ ଏବଂ କୋଟେସନକୁ ଏବେ ଯାଏଁ କେହି ବହି ଫର୍ମାଟରେ ପ୍ରସ୍ତୁତ କରିନଥିଲେ | ସେଥିପାଇଁ ସେ ନିଜେ ଏଭଳି ପ୍ରୟାସ କରିଛନ୍ତି ବୋଲି କହିଛନ୍ତି |

{"id":71222}

ଏହି ବହି ଷ୍ଟଲର କ୍ରେଜ ଏତେ ଅଧିକ ଯେ, ଲୋକେ ଏହି ବହି ଷ୍ଟଲ ଦେଇ ଯାଉଥିବାବେଳେ ସେଠାରେ ଛିଡା ହୋଇ ଏକ ସେଲଫି ନେବାକୁ ଭୁଲୁନାହାନ୍ତି | ତେଵେ ବହିର ମୂଲ୍ୟ ବହୁତ ଅଧିକ ଥିବା କିଛି ଲୋକେ କହିଛନ୍ତି | ୱାର୍ଲଡ ବୁକ ଫେୟାର ଜାନୁଆରୀ ୫ ତାରିଖରୁ ଦିଲ୍ଲୀ ପ୍ରଗତି ମଇଦାନରେ ଆରମ୍ଭ ହୋଇଛି ଏବଂ ଜାନୁଆରୀ ୧୩ ତାରିଖ ଯାଏଁ ରହିବ | ଏହି ପୁସ୍ତକ ମେଳାରେ ପୃଥିବୀର ଭିନ୍ନ ଭିନ୍ନ ପ୍ରକାରର ପରମ୍ପରା ଏବଂ ତଥ୍ୟ ସମ୍ପର୍କିତ ବହି ରହିଛି |

{"id":71223}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.