ଜୟପୁରରେ ମୋଦିଙ୍କ ନିର୍ବାଚନୀ ପ୍ରଚାର ; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଓ ଭୋଟ୍ ମାଗିଲେ

Published By : Prameya-News7 Bureau | March 29, 2019 IST

ଜୟପୁର ୨୯|୩ : କୋରାପୁଟ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । ଜୟପୁରରେ ମୋଦିଙ୍କ ନିର୍ବାଚନ ପ୍ରଚାର । ଜୟ ଜଗନ୍ନାଥ କହି ମୋଦି ଆରମ୍ଭ କଲେ ଅଭିଭାଷଣ । ଆମ ସରକାରର ସଫଳତାର ହକଦାର ଭାରତର ଜନତା । ମୋ ସରକାରର ୫ବର୍ଷର ସଫଳତାର ଶ୍ରେୟ ଦେଶବାସୀଙ୍କର । ପଦ୍ମ ପୁରସ୍କାର ପାଇଁ କମଳା ପୂଜାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି । ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ପ୍ରୟାସ ଚାଲିଛି ବୋଲି ମୋଦି କହିଛନ୍ତି । ରାୟଗଡ଼ାରେ ନୂଆ ରେଳ ଡିଭିଜନ କରାଯାଇଛି ।  ବୈଜ୍ଞାନିକଙ୍କ ସଫଳତା ପାଇଁ ବଧାଇ ଜଣାଇଲେ ।  ମାସେ ହେଲାଣି ପାକିସ୍ତାନ ଶବ ଗଣୁଛି ।

{"id":98053}

ଓଡ଼ିଶା ଓ ଭାରତକୁ ମଜଭୁତ କରିବା ସରକାର ଦରକାର କି ନାହିଁ । ନବୀନଙ୍କୁ ଆକ୍ଷେପ କଲେ ମୋଦି । ମଜଭୁତ ସରକାର ନା ମଜବୁର ସରକାର ଦରକାର । ଓଡ଼ିଶା ମଜଭୁତ ହେବ ଯେତେବେଳେ ଆଦିବାସୀ ଆଗକୁ ବଢ଼ିବେ । "ମୁଁ ବି ଚୌକିଦାର"- ଓଡ଼ିଆରେ ଆହ୍ବାନ ଦେଲେ । ଓଡ଼ିଶାରେ ପ୍ରକୃତି ସଂପଦ ଭର୍ତ୍ତି ରହିଛି । ଓଡ଼ିଶାର ସଂପତ୍ତି ଗୁଜରାଟରେ ଥାଆନ୍ତା କି ମୁଁ ଭାବୁଥିଲି । ଏଠାରେ ପର୍ଯ୍ୟଟନ, ମନ୍ଦିର, ସମୁଦ୍ର ଅଛି । ଓଡ଼ିଶା ପ୍ରାକୃତିକ ସଂପତ୍ତିର ଧନୀ, କିନ୍ତୁ ଓଡିଆ ଗରିବ ।

{"id":98054}

ଆୟୁଷ୍ମାନ ଭାରତ ସବୁଠାରୁ ବଡ଼ ଯୋଜନା । ଆୟୁଷ୍ମନ ଭାରତ କାର୍ଯ୍ୟକ୍ରମରେ ଓଡ଼ିଆମାନେ ସାମିଲ ହେଲେନି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଆକ୍ଷେପ କଲେ ମୋଦି । ଏଠାକାର ସରକାରଙ୍କ ଗରିବଙ୍କ ପ୍ରତି ସମ୍ବେଦନ ନାହିଁ । ପିଏମ୍ କିଶାନ ଯୋଜନା କଥା ଉଠାଇଲେ ମୋଦି । କୃଷକଙ୍କ ଯୋଜନା ନାଁରେ ଏଠାରେ ଘୋଟାଲା ଚାଲିଛି । ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରେ ୬ହଜାର ୫୦୦ କୋଟି ମିଳିଛି । ଏଠାକାର ସରକାର ମାତ୍ର ୧ ହଜାର କୋଟି ଖର୍ଚ୍ଚ କରିଛନ୍ତି । ରାଜ୍ୟରେ ପରିବର୍ତ୍ତନର ଆହ୍ବାନ ଦେଲେ ମୋଦି । ବିକାଶ ବି ଉଠାଇଲେ ବିକାଶର ଡବଲ ଇଞ୍ଜିନ କଥା । ମହିଳା ସୁରକ୍ଷା ଓ କୁନ୍ଦୁଲି ପ୍ରସଙ୍ଗକୁ ଆକ୍ଷେପ କଲେ ମୋଦି ।

{"id":98056}

ଏକମ୍ବା ପଡିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୟପୁର କାର୍ଯ୍ୟକ୍ରମ ପରେ ପୁଣି ମୋଦି ଏପ୍ରିଲ ୨ରେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ । ଏହା ପୂର୍ବରୁ ଓଡିଆରେ ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ଗସ୍ତ ବାବଦରେ ସୂଚନା ଦେବା ସହ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.