ଜୋ ବାଇଡେନ-କମଲା ହ୍ୟାରିସଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତ-ଆମେରିକା ସମ୍ବନ୍ଧ ଆହୁରି ମଜବୁତ ନେଇ କଲେ ଆଶା ପ୍ରକାଶ

Published By : Prameya-News7 Bureau | November 08, 2020 IST

ନୂଆଦିଲ୍ଲୀ ୦୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତୀୟ ମୂଳ ନିବାସୀ କମଳା ହ୍ୟାରିସଙ୍କ ଉପରାଷ୍ଟ୍ରପତି ହେବା ନେଇ ମଧ୍ୟ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ବାଇଡେନ-ହ୍ୟାରିସ ପ୍ରଶାସନ ସହିତ ଭାରତ-ଆମେରିକା ସମ୍ବନ୍ଧ ନୂତନ ଶିଖରକୁ ଛୁଇଁବ।

ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ବାଇଡେନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଆପଣଙ୍କୁ ବିଜୟ ପାଇଁ ଶୁଭକାମନା। ଉପରାଷ୍ଟ୍ରପତି ଭାବେ ଭାରତ-ଆମେରିକା ସଂପର୍କକୁ ନେଇ ଦେଇଥିବା ଆପଣଙ୍କ ସହଯୋଗ ପ୍ରଶଂସନୀୟ। ଭାରତ-ଆମେରିକା ସମ୍ଵନ୍ଧକୁ ନୂତନ ଶିଖର ପର୍ଯ୍ୟନ୍ତ ପହଞ୍ଚାଇବାରେ ଆପଣଙ୍କ ସହିତ କାମ କରିବାରେ ମୁଁ ଖୁସି ହେବି।

wp:html /wp:html

ଅନ୍ୟ ଏକ ଟ୍ଵିଟ୍‌ରେ ପ୍ରଧାନମନ୍ତ୍ରୀ ଭାରତୀୟ ମୂଳ ନିବାସୀ କମଳା ହ୍ୟାରିସଙ୍କୁ ମଧ୍ୟ ଉପ ରାଷ୍ଟ୍ରପତି ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଆପଣଙ୍କ ସଫଳତା ପ୍ରେରଣାଦାୟୀ। ଆପଣଙ୍କର ଏହି ସଫଳତା ଭାରତୀୟ-ଆମେରିକୀୟଙ୍କ ପାଇଁ ଗର୍ବର ବିଷୟ। ମୁଁ ଆଶା ପ୍ରକାଶ କରୁଛି ଯେ, ଭାରତ-ଆମେରିକା ସମ୍ବନ୍ଧ ଆପଣଙ୍କ ନେତୃତ୍ଵ ଏବଂ ସହଯୋଗରେ ନୂତନ ଶିଖରକୁ ଛୁଇଁବ।

ଉଲ୍ଲେଖନୀୟ ଭାରତୀୟ ସମୟ ଶନିବାର ରାତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଥିଲା। ୨୦୨୧ ଜାନୁଆରୀରେ ବାଇଡେନ ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ ନେବା ପ୍ରାୟତଃ ନିଶ୍ଚିତ।  ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ପେନସିଲଭେନିଆରେ ମଧ୍ୟ ବାଇଡେନ ବିଜୟୀ ହୋଇଛନ୍ତି। ଏହା ସହିତ  ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ୍ ହାତେଇ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.