Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଚାଲିଗଲେ ଯୋଗଗୁରୁ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି, କୋଭିଡ୍‌ରେ ଥିଲେ ଆକ୍ରାନ୍ତ

8/05/2021 at 8:06 PM

ନୂଆଦିଲ୍ଲୀ ୦୮/୦୪ : କରୋନାରେ ଚାଲିଗଲେ ଯୋଗଗୁରୁ । ଦେଶରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଏକ ଦୁଃଖଦ ଖବର ମିଳିଛି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ୭୬ ବର୍ଷ ବୟସରେ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଯୋଗ ଗୁରୁ ସ୍ବାମୀ ଆଧ୍ୟାତ୍ମାନନ୍ଦ । ଶନିବାର ଦିନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଯୋଗ ଗୁରୁ ସ୍ବାମୀ ଆଧ୍ୟାତ୍ମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୋଦି କହିଛନ୍ତି, ଯୋଗ ଗୁରୁ ସ୍ବାମୀ ଆଧ୍ୟାତ୍ମାନନ୍ଦ ଦୀର୍ଘଦିନ ଧରି ଯୋଗ ଶିଖାଇ ଆସୁଥିଲେ ।

ଅହମଦାବାଦର ଶିବାନନ୍ଦ ଆଶ୍ରମରେ ଲମ୍ବା ସମୟ ଧରି ସେ ଯୋଗ ଶିକ୍ଷାଦାନ କରିବା ସହିତ ସମାଜ ସେବା କରିଆସୁଥିଲେ । ତାଙ୍କ ଦେହାନ୍ତ ଅପୂରଣୀୟ କ୍ଷତି ପହଞ୍ଚାଇଛି । ଯୋଗ ଗୁରୁ ସ୍ବାମୀ ଆଧ୍ୟାତ୍ମାନନ୍ଦଙ୍କ ଦେହାନ୍ତରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

ଯୋଗ ଗୁରୁ ସ୍ବାମୀ ଆଧ୍ୟାତ୍ମାନନ୍ଦ ଅନେକଗୁଡିଏ ଯୋଗ ଶିବିର ମଧ୍ୟ ଖୋଲିଥିଲେ ।  ସୁସ୍ଥ ଏବଂ ସର ଜୀବନ ଯାପନ ପାଇଁ ଲୋକମାନଙ୍କୁ ପ୍ରେରଣା ଯୋଗାଉଥିଲେ । ସମାଜ ସେବା କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା । ଛୋଟବେଳୁ ହିଁ ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ରଖିଥିଲେ ସ୍ବାମୀ ଆଧ୍ୟାତ୍ମାନନ୍ଦ । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

   Related Posts