Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଜାମ୍ମୁ- କାଶ୍ମୀରର ଏଲ୍‌ଓସି ନିକଟରେ ସେନା ପୋଷାକରେ ପ୍ରଧାନମନ୍ତ୍ରୀ ମୋଦୀ – ସେନା ଯବାନଙ୍କ ସହ ସହ ପାଳନକଲେ ଦୀପାବଳି

27/10/2019 at 6:17 PM

ନୂଆଦିଲ୍ଲୀ – ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେନା ପୋଷକରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଗତ ଥର ପରି ଚଳିତ ଥର ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଜାମ୍ମୁ- କାଶ୍ମୀରେର ଏଲ୍‌ଓସି ନିକଟରେ ରାଜୌରୀ ନିକଟରେ ଥିବା ଯବାନ୍‌ମାନଙ୍କ ସହ ମୋଦୀ ଦୀପାବଳି ପାଳନ କରିଛନ୍ତି । ସେଠାରେ ପଦାତିକ ବାହିନୀର ଦିବସ ପାଳନ କରାଯାଉଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେନାର ଯବାନ୍‌ମାନଙ୍କୁ ମିଠା ବାଣ୍ଟିବା ସହ ଦୀପାବଳିର ଶୁଭେଚ୍ଛା ପ୍ରଦାନ କରିଥିଲେ ।

ରବିବାର ସକାଳ ୧୦ଟାରେ ସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦୀ ସେଠାରେ ପହଞ୍ଚିଥିଲେ । ସେନାର ଯବାନମାନଙ୍କ ଉତ୍ସାହ ବୃଦ୍ଧି କରିବା ସହ ସେମାନଙ୍କ ଯୋଗୁଁ ଦେଶବାସୀ ନିଜ ପରିବାର ଲୋକଙ୍କ ସହ ଆନନ୍ଦ ଉଲ୍ଲାସର ସହ ଦୀପାବଳି ପାଳନ କରିପାରୁଛନ୍ତି ବୋଲି କହିଥିଲେ ।

ସୀମା ସେପଟେ ଥିବା ଆତଙ୍କବାଦୀ ଯେପରା ସୀମାପାର କରି ନ ପାରନ୍ତି । ଦେଶରେ କୌଣସି ଅଶାନ୍ତି ସୃଷ୍ଟି ନ କରିପାରନ୍ତି ସେଥିପ୍ରତି ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ସେହପରି ସ୍ୱେଦେଶୀ ଓ ଭାରତରେ ନିର୍ମିତ ହୋଇଥିବା ଜିନିଷ କିଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ।

   Related Posts