ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଛନ୍ତି ସର୍ବଦଳୀୟ ବୈଠକ : ଯୋଗଦେବେନି ମମତା, ନାଇଡୁ ଓ କେସିଆର୍

Published By : Prameya-News7 Bureau | June 19, 2019 IST

ନୂଆଦିଲ୍ଲୀ ୧୯|୬: ସମସ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ଆଜି ଅପରାହ୍ନରେ ବସିବ । ଏକ ରାଷ୍ଟ୍ର ଏକ ନିର୍ବାଚନ ସଂପର୍କରେ ଏହି ବୈଠକ ବସିବ । ଏଥିରେ ରାଜନୈତିକ ଦଳଗୁଡିକ ସେମାନଙ୍କର ମତ ରଖିବେ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯିବେ । ଏ ପ୍ରସଙ୍ଗକୁ ପୂର୍ବରୁ ନବୀନ ସମର୍ଥନ ଜଣାଇ ସାରିଛନ୍ତି । କେବଳ ସେତିକି ନୁହେଁ , ୨୦୦୪ ମସିହାରୁ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ହେଉଛି । ବର୍ତମାନ ସମୟରେ ଏଭଳି ଏକ ପ୍ରସଙ୍ଗରେ ଓଡ଼ିଶାର ସମର୍ଥନ କେନ୍ଦ୍ରକୁ ବଳ ଦେବ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି ।

ସେପଟେ ଏଥିରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ, କେସିଆର ସାମିଲ ହେବେନାହିଁ ବୋଲି ଜଣାପଡିଛି । ଏହି ବୈଠକ ମୋଦି ଅତ୍ୟନ୍ତ ତରବରିଆ ଭାବେ ଡକାଇଛନ୍ତି ବୋଲି ମମତା କହିଛନ୍ତି । ତେବେ ଏହି ବୈଠକରେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବା ବେଳେ ଏହାକୁ ମମତାଙ୍କ ବର୍ଜନ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.