Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

୧୦୦ ବର୍ଷର ରେକର୍ଡ ଭାଙ୍ଗିଲେ ମୋଦି: ବେୟର ଗ୍ରିଲ୍ସ କହିଲେ ଆଜି ପର୍ଯ୍ୟନ୍ତ ଏମିତି କେହି କରିପାରି ନଥିଲେ…

13/08/2019 at 5:12 PM

ନୂଆଦିଲ୍ଲୀ୧୩|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ପୁରା ବିଶ୍ବ ତାଙ୍କୁ ପ୍ରଶଂସା କରୁଛି। ଡିସ୍‌ଭରି ଚ୍ୟାନେଲରେ ପ୍ରସାରିତ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ ‘ସୋ’ ରେ ପିଏମ ମୋଦି ଅଂଶ ଗ୍ରହଣ କରିଥିଲେ।ପିଏମ ମୋଦିଙ୍କୁ ପ୍ରଶଂସାକରି ଏହି ‘ସୋ’ ର ଉପସ୍ଥାପକ ବେୟର ଗ୍ରିଲ୍ସ କହିଛନ୍ତି ଯେ, ୧୦୦ ବର୍ଷ ଭିତରେ ଏହିଭଳି କାର୍ଯ୍ୟ କୌଣସି ପ୍ରଧାନମନ୍ତ୍ରୀ କରି ନାହାଁନ୍ତି।

ବେୟର ଗ୍ରିଲ୍ସ ଓ ପିଏମ ମୋଦି ଉତ୍ତରାଖଣ୍ଡର ‘ଜିମ୍ କୋରବେଟ ନାସନାଲ ପାର୍କ’ ମଧ୍ୟଦେଇ ଜଙ୍ଗଲକୁ ବିପଦଜନକ ଅବସ୍ଥାରେ ଯାତ୍ରା ଆରମ୍ଭ କରିଥିଲେ।ଏହି ଯାତ୍ରା ସମୟରେ ପିଏମ ମୋଦି ତାଙ୍କ ଜୀବନରେ ଘଟି ଯାଇଥିବା କିଛି କଥା ବେୟର ଗ୍ରିଲ୍ସଙ୍କ ସହ ସେୟାର କରିଥିଲେ। ମୋଦି କହିଛନ୍ତି ଯେ, ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା, ଯେଉଁଥି ପାଇଁ ତାଙ୍କୁ ଜଙ୍ଗଲରେ ରହିବାକୁ ପଡ଼ିଥିଲା।

ଏଥିସହ ତପସ୍ୟା  ନିମନ୍ତେ ମଧ୍ୟ ତାଙ୍କୁ ଜଙ୍ଗଲରେ ରହିବାକୁ ପଡ଼ିଥିଲା ବୋଲି ମଧ୍ୟ ସେ କହିଥିଲେ। ଗତ ୧୨ ତାରିଖ ରାତି ୯ ଟାରେ ଡିସ୍‌କଭରି ଚ୍ୟାନେଲରେ ମୋଦି ଓ ବେୟର ଗ୍ରିଲ୍ସଙ୍କ ବିପଦଜନକ ଯାତ୍ରା ଦେଶବାସୀ ଦେଖି ସାରିଥିବେ। ଡିସ୍‌କଭରି ଚ୍ୟାନେଲରେ ପ୍ରସାରିତ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ ‘ସୋ’ ୧୮୦ ଟି ଦେଶରେ ପ୍ରସାରିତ କରାଯାଇଛି।

ଏହି ଯାତ୍ରା ସମୟରେ ପିଏମ ମୋଦି ଓ ବେୟର ଗ୍ରିଲ୍ସଙ୍କୁ ଏକ ନଦୀ ପାରି ହେବାର ଥିଲା। ତେଣୁ ଘାସ, ପଲିଥିନ ଓ ବାଉଁଶରେ ବେୟର ଗ୍ରିଲ୍ସ ଏକ ଡ଼ଙ୍ଗା ତିଆରି କରିଥିଲେ। ହେଲେ ଏହି ଡ଼ଙ୍ଗା ଉପରେ ବେୟର ଗ୍ରିଲ୍ସଙ୍କର ଭରସା ନଥିଲା।ନଦୀ ପାରି ହେବା ପାଇଁ ଏହି ଡ଼ଙ୍ଗାଟି ସମୂର୍ଣ୍ଣ ଭାବେ ସାଥ୍ ଦେବ ନାହିଁ ବୋଲି ବେୟର ଗ୍ରିଲ୍ସ ସନ୍ଦେହ ପ୍ରକାଶ କରିଥିଲେ।

ନଦୀ ପାରି ହେବା ପାଇଁ ପିଏମ ମୋଦି ଓ ବେୟର ଗ୍ରିଲ୍ସ ସେହି ଡ଼ଙ୍ଗାରେ ବସିଥିଲେ।ନଦୀର କୂଳ ଛାଡିବା ପରେ ଡଙ୍ଗାର ଗତି ଧୀରେ ଧୀରେ ଧିମେଇ ଯାଇଥିଲା।ସେହି ସମୟରେ ବେୟର ଗ୍ରିଲ୍ସ କହିଲେ ଯେ, ସେ ଜାଣିଥିଲେ ଏହି ଡ଼ଙ୍ଗାଟି ପ୍ରଧାନମନ୍ତ୍ରୀଙ୍କ ପାଇଁ ଯୋଗ୍ୟ ନୁହେଁ।ପିଏମ ମୋଦିଙ୍କୁ ପ୍ରଶଂସାକରି ସେ କହିଥିଲେ ଯେ,  ଆଜି ପର୍ଯ୍ୟନ୍ତ ଏହିଭଳି ପରିସ୍ଥିତିରେ କୌଣସି ପ୍ରଧାନମନ୍ତ୍ରୀ ଯାତ୍ରା କରିନାହାଁନ୍ତି।ଏଥିସହ ଡ଼ଙ୍ଗାର ଗତି ବଢ଼ାଇବା ପାଇଁ ବେୟର ଗ୍ରିଲ୍ସ ପାଦର ସାହାର୍ଯ୍ୟ ମଧ୍ୟ ନେଇଥିଲେ।

ପିଏମ ମୋଦିଙ୍କୁ ନଦୀ ମଝିରେ ବେୟର ଗ୍ରିଲ୍ସ କହିଥିଲେ ଯେ, ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ଡ଼ଙ୍ଗାରେ ବସି ହାତରେ ଆହୁଲା ଧରି ଯାତ୍ରା କରି ନାହାଁନ୍ତି।ଦୀର୍ଘ ୧୦୦ ବର୍ଷ ଭିତରେ ଏହିପରି କେହି ଯାତ୍ରା କରିନାହାଁନ୍ତି।ପିଏମ ମୋଦି କହିଥିଲେ ଯେ, ପିଲାଦିନ ତାଙ୍କର ଏହିଭଳି  ବିତିଛି ତେଣୁ ତାଙ୍କ ପାଇଁ ଏହି ଯାତ୍ରା କଷ୍ଟ ଦାୟକ ନୁହେଁ।ଏଥିସହ ମୋଦିଙ୍କ ପିଲାଦିନର କିଛି ଅଭୁଲା ସ୍ମୃତି ମଧ୍ୟ ବେୟର ଗ୍ରିଲ୍ସଙ୍କ ସହ ଶେୟାର କରିଥିଲେ।

   Related Posts